ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

KBCରେ ପୁରୁଣା ସ୍ମୃତିକୁ ମନେ ପକାଇଲେ ବିଗ୍‌ ବି, କହିଲେ-କିପରି ମା’ ତେଜି ବଚ୍ଚନ ନିଜର ଭୋଗବିଳାସ ଛାଡି ବାପା ହରିବଂଶରାୟଙ୍କୁ କରିଥିଲେ ବିବାହ

Published By : Krishna Priya | February 10, 2025 11:10 AM

ମୁମ୍ବାଇ ୧୦/୦୨: 'କୌନ ବନେଗା କରୋଡପତି ୧୬'ର ଲାଟେଷ୍ଟ ଏପିସୋଡରେ ନିଜର ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅମିତାଭ ବଚ୍ଚନ। ଏହି ସମୟରେ ସେ ତାଙ୍କ ମା’ ତେଜି ବଚ୍ଚନ ଏବଂ ବାପା ହରିବଂଶରାୟ ବଚ୍ଚନଙ୍କ ବିଷୟରେ କଥା ହୋଇଛନ୍ତି। ବିଗ୍‌ ବି କହିଛନ୍ତି କିପରି ତାଙ୍କ ମା’, ବାପା ହରିବଂଶରାୟ ବଚ୍ଚନଙ୍କୁ ବିବାହ କରିବା ପାଇଁ ସମସ୍ତ ଭୋଗ ବିଳାସ ଛାଡିଥିଲେ। ଏଥିସହ ଅମିତାଭ ତାଙ୍କ ବାପାଙ୍କ ଠାରୁ କ’ଣ ଶିଖିଛନ୍ତି ତାହା ମଧ୍ୟ କହିଥିଲେ, ଯାହାକୁ ସେ ଆଜି ପର୍ଯ୍ୟନ୍ତ ଅନୁସରଣ କରୁଛନ୍ତି।

'କୌନ ବନେଗା କରୋଡପତି ୧୬' ଏପିସୋଡ୍ର ଆରମ୍ଭ ଜୁନିୟର ପ୍ରତିଯୋଗୀ ଅରୁଣୋଦୟ ଶର୍ମାଙ୍କଠାରୁ ଆରମ୍ଭ ହୋଇଥିଲା। ଏହି ଏପିସୋଡରେ ଏକ ବିଭାଗ ଥିଲା, ଯେଉଁଥିରେ ଅମିତାଭଙ୍କ ବ୍ରେନ୍‌ ସ୍କାନ କରାଯାଇଥିଲା। ତା’ପରେ ଅରୁଣୋଦୟ ତାହାକୁ ଦେଖି ଅମିତାଭଙ୍କ ବିଷୟରେ କିଛି ରୋଚକ ତଥ୍ୟ କହିଥିଲେ। ଏହି ବିଭାଗରେ, ଅମିତାଭ ବଚ୍ଚନଙ୍କ ବାପା-ମା’ଙ୍କ ଫଟୋଗ୍ରାଫ୍ ପ୍ରଦର୍ଶିତ ହୋଇଥିଲା, ଯାହାକୁ ସେ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଭାବନ୍ତି ।

ଅମିତାଭ ବାପା-ମା’ଙ୍କ ବିଷୟରେ କଥା ହୋଇ କହିଛନ୍ତି, “ଏହା ମୋର ବହୁତ ବଡ ଭାଗ୍ୟ। ବାପା-ମା’ଙ୍କ ଠାରୁ ମୋତେ ଯାହା ବି ପ୍ରାପ୍ତ ହୋଇଛି ତାହା ସବୁ ତାଙ୍କ କାରଣରୁ ମିଳିଛି। ବିଭିନ୍ନ ପ୍ରକାରର ସଂସ୍କାର ମୋତେ ଉଭୟଙ୍କଠାରୁ ମିଳିଛି। ବାବୁଜୀ ଯାହା ଥିଲେ ତାଙ୍କ ପାଖରେ ଯାହା ସାଧନା ଥିଲା, ଯେଉଁ ବ୍ୟବସ୍ଥା ଥିଲା, ଉତ୍ତରପ୍ରଦେଶର ଯେଉଁଠାରୁ ସେ ଥିଲେ, ଚାକିରି କରୁଥିଲେ, ଶିକ୍ଷାଦାନ କରୁଥିଲେ, ଟ୍ୟୁସନ କରୁଥିଲେ ସବୁକିଛି।“

ଅମିତାଭ ଆହୁରି କହିଛନ୍ତି, “ମା’ ବହୁତ ବଡ ପରିବାରର ଥିଲେ, ତାଙ୍କର ବିଳାସପୂର୍ଣ୍ଣ ଜୀବନ ଥିଲା, ଯାହା ପାଖରେ ଥିଲା ସବୁ ଛାଡି ସେ ବାବୁଜୀଙ୍କୁ ବିବାହ କରିଥିଲେ। କିଛି ସଂସ୍କାର ମୁଁ ମା’ଙ୍କ ଠାରୁ ପାଇଛି ଆଉ କିଛି ବାବୁଜୀଙ୍କଠାରୁ ପାଇଛି। ମୁଁ ଯାହା ବି ପାଇଲି ଉଭୟଙ୍କ ମିଶ୍ରଣ ଥିଲା । ତେଣୁ ଆଜି ମୁଁ ଯାହା ବି କିଛି, ତାଙ୍କ ପାଇଁ।“

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.