ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ୟୁନିଫାଏଡ ଲାଇସେନ୍ସକୁ ମିଳିପାରେ ମଞ୍ଜୁରି, ଗୋଟିଏ କମ୍ପାନିରେ ମିଳିବ ସବୁ ପ୍ରକାର ବୀମା!

Published By : Prameya | November 28, 2024 11:36 AM

ନୂଆଦିଲ୍ଲୀ,୨୮/୧୧: ବୀମା ନିୟମରେ ସଂଶୋଧନ ଆଣିବା ଲାଗି ସରକାର ଯୋଜନା  କରୁଛନ୍ତି । ଏଥିରେ ମୁଖ୍ୟତଃ ୨ ଟି ପ୍ରମୁଖ ପରିବର୍ତ୍ତନ ହେବ । ବୀମା କମ୍ପାନିଙ୍କ ଲାଗି  ଆସିବ ୟୁନିଫାଏଡ ଲାଇସେନ୍ସ । ସେହିଭଳି  ବୀମା କ୍ଷେତ୍ରରେ ବର୍ତ୍ତମାନ ଲାଗୁ ହେଉଥିବା ୭୪% ଏଫ୍‌ଡିଆଇକୁ ୧୦୦% କରାଯାଇପାରେ ।  ୟୁନିଫାଏଡ ଲାଇସେନ୍ସ ନିୟମ ଲାଗୁ ହେଲେ ଗୋଟିଏ  କମ୍ପାନି ସବୁ ପ୍ରକାରର ବୀମା ସୁବିଧା ପ୍ରଦାନ କରିପାରିବେ  ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି । ଏହି  ନିୟମ ଲାଗୁ ହେଲେ ଦେଶ ମଧ୍ୟରେ ବୀମା ସୁବିଧା ଅଧିକ  ଲୋକଙ୍କ ନିକଟରେ ପହଞ୍ଚି ପାରିବ । 

ରିସର୍ଚ୍ଚ ଫାର୍ମ ସ୍ୱିସ ରେ  ଇନଷ୍ଟିଚ୍ୟୁଟ ମୁତାବକ, ଏବେ ଦେଶରେ ମାତ୍ର ୩.୮% ଲୋକଙ୍କ  ନିକଟରେ ବୀମା ସୁବିଧା ପହଞ୍ଚିଛି । ୟୁନିଫାଏଡ ଲାଇସେନ୍ସ  ଏକ କମ୍ପୋଜିଟ ଲାଇସେନ୍ସ ହୋଇଥିବା ବେଳେ ଗୋଟିଏ  କମ୍ପାନି ଲାଇଫ, ଜେନେରାଲ, ହେଲ୍‌ଥ ବୀମା ଉତ୍ପାଦ  ପାଇବାକୁ ଅନୁମତି ପାଇବେ । ଏବେ ଜୀବନ ବୀମା ସେବା ଯୋଗାଉଥିବା କମ୍ପାନି  ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରୁନି । ତେବେ ଜେନେରାଲ ଇନସ୍ୟୁରାନ୍ସ ସେବା ପ୍ରଦାନକାରୀ କମ୍ପାନିଗୁଡିକ ସ୍ୱାସ୍ଥ୍ୟ ଠାରୁ  ଆରମ୍ଭ କରି ସାମୁଦ୍ରିକ ବୀମା ସୁବିଧା ପ୍ରଦାନ କରିବାର ଅନୁମତି  ପାଇଛନ୍ତି । ବୀମା ଶିଳ୍ପ ବଡ ପୁଞ୍ଜି ଆବଶ୍ୟକ କରିଥାଏ । ୧୦୦%  ଏଫ୍‌ଡିଆଇକୁ ଅନୁମତି ମିଳିଲେ ଉନ୍ନତ ସ୍ଥିତିରେ ବିଦେଶୀ  କମ୍ପାନି ଗୁଡିକ ଏ କ୍ଷେତ୍ରକୁ ଆକର୍ଷିତ ହୋଇ ପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.