ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କଲା ଟାଇମ୍ ମାଗାଜିନ୍, ଆଲିଆ-ସାକ୍ଷୀଙ୍କ ସମେତ ଜାଣନ୍ତୁ କେଉଁ ଭାରତୀୟଙ୍କ ନାଁ ସାମିଲ

ନୂଆଦିଲ୍ଲୀ ୧୮/୦୪: ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଅଲିମ୍ପିଆନ୍‌ ସାକ୍ଷୀ ମଲ୍ଲିକ, ଅଭିନେତା- ନିର୍ଦ୍ଦେଶକ ଦେବ ପଟେଲ ପ୍ରମୁଖ ଭାରତୀୟ ଟାଇମ୍‌ ପତ୍ରିକାର ‘୨୦୨୪ରେ ବିଶ୍ୱର ୧୦୦ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି’ ତାଲିକାରେ ସ୍ଥାନିତ ହୋଇଛନ୍ତି । ବୁଧବାର ଟାଇମ୍‌ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଏଥିରେ ଆମେରିକା ଶକ୍ତି ବିଭାଗର ଲୋନ୍‌ ପ୍ରୋଗ୍ରାମ ଅଫିସ୍‌ ନିର୍ଦ୍ଦେଶକ ଜିଗର ଶାହ, ୟାଲେ ୟୁନିଭର୍ସିଟିର ଆଷ୍ଟ୍ରୋନୋମି ଏବଂ ଫିଜିକ୍ସ ପ୍ରଫେସର ପ୍ରିୟମ୍ବଦା ନଟରାଜନ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧୀ ଆଲେକ୍ସି ନଭଲନିଙ୍କ ସ୍ତ୍ରୀ ୟୁଲିଆ ନଭଲନାୟା, ଭାରତୀୟ ବଂଶୋଦ୍ଭବ ରେଷ୍ଟୁରେଟର ଆସ୍‌ମା ଖାନ୍‌ ପ୍ରମୁଖ ମଧ୍ୟ ରହିଛନ୍ତି ।

ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବାଙ୍ଗାଙ୍କ ଟାଇମ୍‌ ପ୍ରୋଫାଇଲ ଲେଖିଥିବା ଆମେରିକା ଅର୍ଥ ମନ୍ତ୍ରୀ ଜାନେଟ ୟେଲେନ କହିଛନ୍ତି, ଏକ ଅତ୍ୟାବଶ୍ୟକ ସଂସ୍ଥାକୁ ରୂପାନ୍ତରଣ କରିବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ କୌଶଳ ଏବଂ ଦକ୍ଷତା ଥିବା ଜଣେ ନେତୃତ୍ୱକୁ ବାଛିବା ସହଜ ନ ଥିଲା । କିନ୍ତୁ ଗତ ଜୁନ୍‌ରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବାପରେ ଅଜୟ ବାଙ୍ଗା ତାହା କରିଛନ୍ତି । ନିର୍ଦ୍ଦେଶକ, ପ୍ରଯୋଜକ ତଥା ଲେଖକ ଟମ୍‌ ହାର୍ପର ଟାଇମ୍‌ ପ୍ରୋଫାଇଲରେ ଲେଖିଛନ୍ତି, ଆଲିଆ କେବଳ ବିଶ୍ୱର ଜଣେ ଆଗଧାଡ଼ିର ଅଭିନେତ୍ରୀ ନୁହନ୍ତି, ବରଂ ଦଶନ୍ଧି ଧରି ଭାରତୀୟ ଫିଲ୍ମ ଜଗତରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେ ଜଣେ ଅଦ୍ଭୁତ ପ୍ରତିଭା । ଜଣେ ବିଜ୍‌ନେସ ଓମ୍ୟାନ୍‌ ସହ ପରୋପକାରୀ ମଧ୍ୟ । 

ସେହିପରି କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସାକ୍ଷୀ ମଲିକ ଭାରତର ଜଣେ ପ୍ରସିଦ୍ଧ ମହିଳା । ୨୦୨୩ରେ ସେ ମହିଳା ଆଥଲେଟ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘର ପ୍ରମୁଖ ବ୍ରିଜଭୂଷଣ ସିଂଙ୍କ ଗିରଫଦାରି ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ବିକ୍ଷୋଭକାରୀଙ୍କ ସହ ଏକାଠି ହୋଇଥିଲେ ବୋଲି ଓସ୍କାର ପାଇଁ ନୋମିନେଟ ହୋଇଥିବା ଫିଲ୍ମ ନିର୍ମାତା ନିଶା ପାହୁଜା ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.