ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଅଜୟ ଦେବଗନ୍‌ଙ୍କ ଅଭନୀତ ଫିଲ୍ମ 'ଧମାଲ-୪'

Published By : prameya | February 15, 2025 8:36 AM

ମୁମ୍ବାଇ,୧୫/୦୨:ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି  ।ଖୁବଶୀଘ୍ର ରିଲିଜ ହେବାକୁ ଯାଉଛ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ଫିଲ୍ମ 'ଧମାଲ'ର ୪ର୍ଥ ଭାଗ।  ଫିଲ୍ମ 'ଧମାଲ'ର ତିନୋଟି ଭାଗକୁ ଲୋକମାନେ ବେଶ୍ ପସନ୍ଦ କରିଥିବା ବେଳେ  ଇନ୍ଦର କୁମାର ଏବେ ଏହି ଫିଲ୍ମର ଚତୁର୍ଥ ଭାଗ ରିଲିଜକୁ କରିବାକୁ ଯାଉଛନ୍ତି । 'ଧମାଲ' ଏକ ଲୋକପ୍ରିୟ କମେଡି ଫିଲ୍ମ ଫ୍ରାଞ୍ଚାଇଜ୍।

'ଧମାଲ'ର ତୃତୀୟ ଭାଗରେ ଅଜୟ ଦେବଗନଙ୍କ ସହ ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅରଶଦ ୱାର୍ସି, ରିତେଶ ଦେଶମୁଖ ଏବଂ ଜାଭେଦ ଜାଫରି ଭଳି ଷ୍ଟାରମାନଙ୍କୁ ଦେଖିବାକୁ ମିଳିଥିଲା। ଚତୁର୍ଥ ଭାଗରେ ମଧ୍ୟ ସମାନ କଳାକାର ରହିବେ। ବଲିଉଡ଼ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ମାସରେ ଆରମ୍ଭ ହେବାକୁ ଯାଉଛି। ତଥାପି, ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, 'ଧମାଲ ୪'ର ସୁଟିଂ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ହେବ। ଏହି ଫିଲ୍ମର ପ୍ରାକ୍-ପ୍ରଡକ୍ସନ୍ କାମ କିଛି ସମୟ ଧରି ଚାଲିଛି। ପୂର୍ବରୁ ଏହି ଚଳଚ୍ଚିତ୍ରର କାମ ୨୦୨୪ ଶେଷରେ ଆରମ୍ଭ ହେବାର ଥିଲା, କିନ୍ତୁ ଏହା ହୋଇପାରିଲା ନାହିଁ। କିନ୍ତୁ ଏବେ କୁହାଯାଉଛି ଯେ ଏହାର ସୁଟିଂ ମାର୍ଚ୍ଚ ମାସରେ ଆରମ୍ଭ ହେବ। 'ଧମାଲ ୪' ବ୍ୟତୀତ ନିର୍ଦ୍ଦେଶକ ଇନ୍ଦର୍ କୁମାର 'ମସ୍ତି ୪'ର ପାଇଁ ମଧ୍ୟ କାମ କରୁଛନ୍ତି। ତଥାପି, ଏ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ ପାଇନାହିଁ। ତ 'ଧମାଲ'ର ତୃତୀୟ ଭାଗ ୨୦୧୯ ମସିହାରେ ଆସିଥିଲା। ବକ୍ସ ଅଫିସ୍ ଅନୁଯାୟୀ, ଫିଲ୍ମଟି ହିଟ୍ ହୋଇଥିଲା ଏବଂ ଘରୋଇ ବକ୍ସ ଅଫିସରେ ୧୫୦ କୋଟି ଟଙ୍କା ରୋଜଗାର କରିଥିଲା। ଅଜୟ ଦେବଗନ ଫିଲ୍ମର  ପ୍ରଥମ ଏବଂ ଦ୍ୱିତୀୟ ଭାଗର ଅଭିନୟ କରିନଥିଲେ। ଏଥିରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିଥିଲା। ୨୦୦୭ରେ ଫିଲ୍ମର  ପ୍ରଥମ ଭାଗ ରିଲିଜ ହୋଇଥିଲା। ଏହା ଘରୋଇ ବକ୍ସ ଅଫିସରେ ୩୨.୫୧ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଭାଗ ୨୦୧୧ରେ ଆସିଥିଲା, ଯାହାବକ୍ସ ଅଫିସରେ ୪୫ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.