ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କର୍ଣ୍ଣାଟକରୁ ଗୁଜରାଟ: କେବେ କେବେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା, ଯାଇଛି କେତେ ଜୀବନ ?

Published By : Tapas Panda | June 12, 2025 7:45 PM

Image Courtesy: ddnews

ନୂଆଦିଲ୍ଲୀ:  ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ଼ ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶରେ ହଇଚଇ । ୨୪୨ ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍‌ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ ବ୍ୟତୀତ ବିମାନରେ ଥିଲେ ୧୨ କ୍ରୁ ସଦସ୍ୟ ଏବଂ ଦୁଇ ପାଇଲଟ୍‌ । ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍‌ ପରେ ଏକ ମେଡିକାଲ୍‌ କଲେଜ୍‌ର ହଷ୍ଟେଲ୍‌ ବିଲ୍ଡିଂରେ ପିଟି ହୋଇ ଜଳିଯାଇଥିଲା ଏୟାର ଇଣ୍ଡିଆର B787 ଡ୍ରିମଲାଇନର । ବିମାନରେ ଥିଲେ ୬୦ରୁ ଅଧିକ ଫରେନ୍‌ ନ୍ୟାସନାଲ୍‌ । ସେହିଭଳି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରି ବିଜୟ ରୂପାନୀଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

 ବିମାନ ଦୁର୍ଘଟଣା କଥା ଶୁଣିଲେ ଥରିଉଠେ ଛାତି । ହୁଏତ ଅହମ୍ମଦାବାଦର ଏହି ବିମାନ ଦୁର୍ଘଟଣା ବିଶ୍ବ ବିମାନ ଦୁର୍ଘଟଣା ଇତିହାସରେ ସବୁଠାରୁ ଭୟଙ୍କର ।ମଝି ଆକାଶରେ ଦୁଃଖଦ ମୃତ୍ୟୁ । କେହି କିଛି ବୁଝିବା ଆଗରୁ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ତେବେ ପୂର୍ବରୁ ଭାରତ ସମେତ ବିଶ୍ବରେ ଘଟିଛି ଅନେକ ବିମାନ ଦୁର୍ଘଟଣା । କେବେ କେବେ ଘଟିଛି ବିମାନ ଦୁର୍ଘଟଣା, କେତେ ଯାତ୍ରୀଙ୍କ ଯାଇଛି ଜୀବନ ? 

ମାର୍ଚ୍ଚ ୨୦୨୫: ବ୍ରିଟିଶ୍‌ ଏରୋସ୍ପେସ୍‌ର ଲାନଶା ଏୟାର ଲାଇନ୍‌ ବିମାନ କ୍ରାସ ହୋଇଥିଲା । ରୋଟାନ ଅଭିମୁଖେ ଉଡ଼ାଣ ଭରିଥିବା ବିମାନଟି ହୋଣ୍ଡୁରାସ୍‌ ଉପକୂଳରେ ଜଳି ଯାଇଥିଲା । ଏଥିରେ ୧୨ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା ।

ଜାନୁଆରୀ ୨୦୨୫: ଜାନୁଆରୀ ୨୯ରେ ୬୦ ଯାତ୍ରୀ ଓ ୪ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲା ଆମେରିକାନ୍‌ ଏୟାରଲାଇନ୍ସର ଏକ ଜେଟ୍‌ । ମଝି ଆକାଶରେ ୟୁଏସ୍‌ ଆର୍ମିର ବ୍ଲାକ ହକ୍‌ ହେଲିକପ୍ଟରକୁ ଦେଇଥିଲା ଧକ୍କା ।  ଏହି ଦୁର୍ଘଟଣାରେ ମୋଟ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଡିସେମ୍ବର ୨୯, ୨୦୨୪: ଦକ୍ଷିଣ କୋରିଆ ଦେଖିଥିଲା ସବୁଠୁ ବଡ଼ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୧୭୯ ଜଣ । ମୁଆନ ଏୟାରପୋର୍ଟରେ ଅବତରଣ ବେଳେ ବିମାନଟି ରନ୍‌ଓ୍ବେରୁ ଖସି ଯାଇ କାନ୍ଥରେ ପିଟି ହୋଇଥିଲା । ନିମିଷକରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ବିମାନ । କେହି କିଛି ବୁଝିବା ଆଗରୁ ସବୁ କଛି ଛାରଖାର ହୋଇଯାଇଥିଲା ।

ଡିସେମ୍ବର ୨୫, ୨୦୨୪: ଆଜରବାଇଜାନ୍‌ର ଏୟାରଲାଇନ୍ସର ବିମାନ ୪କେ-ଏଜେଡ୍‌୬୫ ଦୁର୍ଘଟଣା ହୋଇଥିଲା । ବାକୁରୁ ଗ୍ରୋନି ଯାଉଥିବା ବେଳେ ବିମାନରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ।  

ଅଗଷ୍ଟ ୯, ୨୦୨୪: ବ୍ରାଜିଲ୍‌ର ସାଓ ପାଉଲୋରେ କ୍ରାସ୍‌ ହୋଇଥିଲା ଭୋଏପାସ୍‌ ଫ୍ଲାଇଟ ୨୨୮୩ । ୬୨ ଯାତ୍ରୀଙ୍କ ଯାଇଥିଲା ଜୀବନ । 

ଅଗଷ୍ଟ ୮, ୨୦୨୦:  Air India Express Flight 1344 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କରୋନା ସମୟରେ ବିଦେଶରେ ଫସିଥିବା ଲୋକଙ୍କୁ ନେଇ ୟୁଏଇରୁ ଖୋଜିକୋଡ୍‌ ଆସୁଥିଲା । ପ୍ରବଳ ବର୍ଷା ଯୋଗୁଁ ବିମାନଟି ଅବତରଣ କରିନପାରି କାଲିକଟ୍‌ ଏୟାରପୋର୍ଟକୁ ଆସିଥିଲା । ୨ ଥର ବିଫଳ ହେବା ପରେ ତୃତୀୟ ଥର ଲ୍ୟାଣ୍ଡ କରିଥିଲା ବିମାନ । କିନ୍ତୁ ବିମାନଟି ରନଓ୍ବେରୁ ତଳକୁ ଖସି ଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସେମତ ୨୧ ଜଣଙ୍କ ଜୀବନ ଯାଇଥିଲା । 

ମେ ୨୨, ୨୦୧୦: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ୮୧୨ ଅବତରଣ ସମୟରେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କର୍ଣ୍ଣାଟକର ମାଙ୍କାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଜଳିଯାଇଥିଲା । ଫଳରେ ୧୫୮ ଜଣଙ୍କ ଜୀବନ ଯାଇଥିଲା ।

ଜୁଲାଇ ୧୭, ୨୦୦୦: ଭାରତରେ ବହୁ ବଡ଼ ବଡ଼ ବିମାନ ଦୁର୍ଘଟଣା ଘଟିଛି । ୨୦୦୦ ମସିହାରେ ବିହାରର ପାଟନାରେ ଅବତରଣ ବେଳେ ଆଲିଆନ୍ସ ଏୟାର ଫ୍ଲାଇଟ୍‌ ୭୪୧୨ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ୬୦ ଜଣଙ୍କ ଲୋକ ପ୍ରାଣ ହରାଇଥିଲେ । ତେବେ ଏହା ପୂର୍ବରୁ ଭାରତରେ ୧୯୯୬, ୧୯୯୦, ୧୯୮୮, ୧୯୭୮ ଏବଂ ୧୯୭୩ରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା ଏବଂ ଅନେକ ଲୋକଙ୍କ ଜୀବନ ଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.