ଭୁବନେଶ୍ବର,୫।୬: କମ୍ପ୍ୟୁଟର ଏଜୁକେସନରେ ନକଲି ସାର୍ଟିଫିକେଟ ପ୍ରଦାନ ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନିୟମ ଉଲଘଂନକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସମସ୍ତ ଅଧିକାରୀମାନଙ୍କୁ ଦାୟିତ୍ଵ ଦିଆଯାଇଛି । ନକଲି କମ୍ପ୍ୟୁଟର ସାର୍ଟିଫିକେଟ ଓ ନକଲି ଜାତିଗତ ସାର୍ଟିଫିକେଟ ପ୍ରଦାନ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ବୋର୍ଡ ଅଫ ରେଭିନ୍ୟୁ ସମସ୍ତ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଅଧିକାରୀଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦେଇଛନ୍ତି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।