ନୂଆଦିଲ୍ଲୀ: ଅଫିସକୁ ସ୍ପୋର୍ଟସ୍ ଜୋତା ପିନ୍ଧି ଆସିବାରୁ ତଡ଼ା ଖାଇଥିଲେ ମହିଳା କର୍ମଚାରୀ। କେବଳ ଯେ ଚାକିରି ଯାଇଥିଲା ତାହା ନୁହେଁ, କମ୍ପାନୀ ମୋଟା ଅଙ୍କର ଫାଇନ ବି ଲଗାଇଥିଲା। ୩୭,୦୦୦ ପାଉଣ୍ଡ(ପାଖାପାଖି ୪ କୋଟି ଟଙ୍କା) ଜୋରିମାନା ଲଗାଇଥିଲା କମ୍ପାନୀ। ହେଲେ କୋର୍ଟଙ୍କ ରାୟ ପରେ ବାଜି ଓଲଟିଲା। ଏବେ ମହିଳା ନୁହେଁ, ଓଲଟି କମ୍ପାନୀ ଦେବ କ୍ଷତିପୂରଣ।
ଲଣ୍ଡନରେ ଘଟିଥିବା ଏଭଳି ଘଟଣା ଏବେ ଖବରର ସିରୋନାମା ପାଲଟିଛି। ରିପୋର୍ଟ ଅନୁସାରେ, ୨୦ ବର୍ଷୀୟା ଏଲିଜାବେଥ ବେନାସି ୨୦୨୨ରେ ମ୍ୟାକ୍ସିମସ ୟୁକେ ସର୍ଭିସେସ କମ୍ପାନୀର ଯୋଗ ଦେଇଥିଲେ। ସେତେବେଳେ ତାଙ୍କୁ ଅଫିସର ଡ୍ରେସ କୋଡ ବିଷୟରେ ଜଣାନଥିଲା। ଏଥିପାଇଁ ସେ ଥରେ ଅଫିସକୁ ସ୍ପୋର୍ଟସ୍ ଜୋତା ପିନ୍ଧି ଚାଲି ଆସିଥିଲେ। ଆଉ ପରିମାଣ ସ୍ୱରୁପ ତାଙ୍କୁ ଚାକିରିରୁ ତଡ଼ି ଦିଆଯାଇଥିଲା। ଚାକିରି କରିବାର ମାତ୍ର ୩ ମାସ ପରେ ଚକାରି ହରାଇଥିଲେ ଏଲିଜାବେଥ ବେନାସି।
ଚାକିରିରୁ ବିଦା ହେବା ପରେ ଏଲିଜାବେଥ ନିଯୁକ୍ତି ପ୍ରାଧିକରଣଙ୍କ ନିକଟରେ ଏକ କେସ୍ ଦାଏର କରିଥିଲେ। ମାମଲାର ଶୁଣାଣି ବେଳେ, ଏଲିଜାବେଥ ଅଭିଯୋଗ କରିଥିଲେ ଯେ ମୋ ମ୍ୟାନେଜର ମତେ ଏକ ଶିଶୁ ଭଳି ବ୍ୟବହାର କରିଥିଲେ। ମୋର ଜୋତାକୁ ନେଇ ମୋ ପସନ୍ଦକୁ ସମାଲଚୋନା କରିଥିଲେ। ମୁଁ କାମ କରୁଥିବା ସଂସ୍ଥା ଯୁବ କର୍ମଚାରୀମାନଙ୍କ ମଧ୍ୟରେ ଦୋଷ ଖୋଜିବାକୁ ସର୍ବଦା ଆଗଭର ଥାଏ। ସଂସ୍ଥାରେ କାମ କରୁଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବୟସ ୨୦ ବର୍ଷ ରହିଥିଲା। ମୁଁ ସେମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଥିଲି। ତେଣୁ ମତେ ଏତେ ହିନସ୍ତା ହେବାକୁ ପଡ଼ିଲା ବୋଲି ଏଲିଜାବେଥ କହିଛନ୍ତି।
ଅନ୍ୟପଟେ ଏଲିଜାବେଥଙ୍କୁ ନିଯୁକ୍ତି ଦେଇଥିବା କମ୍ପାନି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା। କିନ୍ତୁ ନିଯୁକ୍ତି ପ୍ରାଧିକରଣ ଏଲିଜାବେଥଙ୍କ ସପକ୍ଷରେ ରାୟ ଦେଇ ତାଙ୍କ ପାଇଁ କମ୍ପାନୀ ପକ୍ଷରୁ କ୍ଷତିପୁରଣ ରାଶି ଘୋଷଣା କରିଥିଲେ।