ପ୍ରମୂଖ ଖବର
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଅକାଳରେ ଚାଲିଗଲା ନୀରିହ ଜୀବନ, ସାପ କାମୁଡ଼ାରେ ୩ ବର୍ଷର ଶିଶୁ କନ୍ୟା ମୃତ

Published By : Swapna Ray | May 31, 2025 11:59 AM

ନରଣପୁର, ୩୧/୫: ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁକୁ ପ୍ରାକୃତିକ ବିପଦ ଭାବେ ଘୋଷଣା କରିଛନ୍ତି ସରକାର । ସାପ କାମୁଡ଼ାରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିଛିବର୍ଷ ହେବ ଏହି ସାପକାମୁଡ଼ା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବା ବେଳେ ନରଣପୁର ଉପଖଣ୍ଡର ଡିମ୍ବୋ ଗ୍ରାମ ଅନ୍ତର୍ଗତ ଢିପା ସାହିରେ ଶନିବାର ରାତିରେ ଚିତି ସାପ କାମୁଡ଼ାରେ ଜଣେ ୩ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଝିଅଟିର ନାଁ ସମ୍ପୂର୍ଣ୍ଣା ମହାନ୍ତ ବୋଲି ଜଣାପଡ଼ିଛି । 

ସୂଚନାନୁସାରେ, ଶୁକ୍ରବାର ରାତିରେ ଶୋଇଥିବା ବେଳେ ସମ୍ପୂର୍ଣ୍ଣା ହଠାତ୍ କାନ୍ଦିବାରୁ ବାପା ସିତାରମ ମହାନ୍ତ ଉଠି ଦେଖିବା ବେଳକୁ ଝିଅ ପେଟ କାଟୁଥିବା କହିଥିଲେ । ପାଦରେ ସାପ କାମୁଡ଼ା କ୍ଷତ ଦେଖିବା ପରେ ଘରୁ ଏକ ଚିତି ସାପ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ । ପରିବାର ଲୋକେ ଶିଶୁକନ୍ୟାଟିକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅକାଳରେ ନୀରିହ ଶିଶୁକନ୍ୟାଟିର ଜୀବନ ଚାଲିଯିବାରୁ ଦୁଃଖରେ ପରିବାର ଲୋକେ ଓ ଗ୍ରାମବାସୀ ମ୍ରିୟମାଣ ହୋଇ ପଡ଼ିଥିବା ଜଣାପଡ଼ିଛି । ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁମାମଲା ରାଜୁ କରାଯାଇ ଶିଶୁର ଶବ ବ୍ୟବଚ୍ଛେଦ  ପାଇଁ ପଠାଯାଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.