ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବାରଙ୍ଗ ରତାଗଡ଼ରେ ହେବ ମେଟ୍ରୋ ରେଲ୍‌ ଡିପୋ, ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର ପରେ ଆରମ୍ଭ ହେବ କାମ

କଟକ, ୨୮/୧୨ : କଟକ ଜିଲ୍ଲା ବାରଙ୍ଗ ରତାଗଡ଼ରେ ହେବ ମେଟ୍ରୋ ରେଳ ପ୍ରକଳ୍ପର ଡିପୋ । ଏଥିପାଇଁ ରତାଗଡ଼ ଲେଙ୍କାସାହିରେ ଥିବା ପ୍ରାୟ ୨୦ ଏକର ଜମି ଚିହ୍ନଟ କରାଯାଇଛି । ପ୍ରସ୍ତାବିତ କ୍ୟାନସର୍‌ କେୟାର ପ୍ରୋଜେକ୍ଟ ବାତିଲ୍‌ ହେବା ପରେ ଏହି ଜମିକୁ ମେଟ୍ରୋ ରେଲ୍‌ ଡିପୋ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରିଥିବା ସୂଚନା ମିଳିଛି । ଏହି ଜମି ଏବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଖରେ ରହିଛି । ବର୍ତ୍ତମାନ ଭୁବନେଶ୍ୱରରୁ କଟକଯାଏ ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ପ୍ରାୟ ସାଢେ ଚାରିହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ଓଡ଼ିଶା ସଫଳତାର ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିବ । କିନ୍ତୁ ଏତେ ବଡ ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଡିପୋ ବା କାରଖାନାର ବି ଆବଶ୍ୟକତା ରହିଛି । ଯେଉଁଠି ମେଟ୍ରୋ ରେଲ୍‌ ପ୍ରକଳ୍ପର ବିଭିନ୍ନ ଉପକରଣ, ସାମଗ୍ରୀ ଓ ଯନ୍ତ୍ରାଂଶ ଆଦି ରହିପାରିବ । ତେଣୁ ଏକ ଡିପୋ ପାଇଁ ପ୍ରସ୍ତାବ ରହିଥିବା ବେଳେ ତ୍ରିଶୁଳିଆକୁ ସଂଯୋଗ କରୁଥିବା ବାରଙ୍ଗ ତହସିଲ ଅଧୀନରେ ଜମି ଖୋଜୁଥିଲା ପ୍ରଶାସନ ।

ଏହି କ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଲିନି ପଣ୍ଡିତ୍‌ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖି କ୍ୟାନସର୍‌ ପ୍ରୋଜେକ୍ଟ ବାତିଲ୍‌ ସମ୍ପର୍କରେ ସୂଚନା ଦେବା ସହ ବିଭାଗ ପାଖରେ ଥିବା ଜମି ମାଲିକାନାକୁ ପୁନଶ୍ଚ ରାଜସ୍ୱ ବିଭାଗକୁ ଫେରାଇବାକୁ କହିଛନ୍ତି । ବାରଙ୍ଗ ରତାଗଡ଼ ଲେଙ୍କାସାହିରେ ୧୯ ଏକର ୪୦ ଡିସିମିଲ୍‌ ଜମି ଅଛି । ତିନୋଟି ଖାତାରେ ମିଶି ରହିଥିବା ଏହି ଘରବାଡ଼ି କିସମର ଜମିକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ଏଠାରେ ମେଟ୍ରୋ ରେଲ୍‌ ପ୍ରକଳ୍ପର ଡିପୋ କରାଯିବାକୁ ସ୍ଥିର ହୋଇଛି ।  ଅନ୍ୟପକ୍ଷରେ, ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ କଟକ ନେତାଜୀ ବସ୍‌ ଟର୍ମିନାଲ୍‌ (ସିଏନ୍‌ବିଟି)କୁ ସଂଯୋଗ କରାଯିବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଥିଲେ ହେଁ ଏବେ ଯାଏ ଯୋଜନା ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ଜିଲ୍ଲାପାଳ ନରହରି ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ସଂଯୋଗ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନ ସହିତ କୌଣସି ଆଲୋଚନା ହୋଇନାହିଁ । ଏଣୁ ସିଏନ୍‌ବିଟିକୁ ମେଟ୍ରୋ ସଂଯୋଗ ଯୋଜନା ଏବେ ଆପାତତଃ ନାହିଁ । ପୁଣି, କଟକ ବେଲିଭ୍ୟୁ ଛକରୁ ତ୍ରିଶୂଳିଆକୁ ସଂଯୋଗ କରି କାଠଯୋଡ଼ି ଉପରେ ପ୍ରସ୍ତାବିତ ଦ୍ୱିତୀୟ ସେତୁ ଲାଗି ଟେଣ୍ଡର ବାତିଲ୍‌ ହୋଇନାହିଁ ବରଂ ସ୍ଥଗିତ ରଖାଯାଇଥିବା କଟକ ମେୟର ସୁବାସ ସିଂ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.