ପୁରୀ, ୨୫/୦୫: ରଥଖଳାରେ ପହଞ୍ଚିଲା ରଥ ଅଖ ପାଇଁ ଆବଶ୍ୟକ ୪୦ ଫୁଟିଆ କାଠ । ରବିବାର ୩୨ଟି ୪୦ ଫୁଟିଆ କାଠ ଆସି ପହଞ୍ଚିଛି । ସେଥିରେ ୧୦ଟି ଧଉରା ଓ ୩୨ ଟି ଅସନ କାଠ ରହିଛି ।
ରବିବାର ବୌଦ୍ଧ ବନଖଣ୍ଡରୁ ୨ଟି ଟ୍ରକ୍ରେ କାଠ ଆସି ପୁରୀରେ ପହଞ୍ଚିଛି । ତିନି ରଥର ଅଖ ପାଇଁ ସମୁଦାୟ ୧୦୦ଟି ୪୦ ଫୁଟିଆ କାଠ ଆବଶ୍ୟକତା ରହିଛି । ସେଥିରୁ ୩୮ଟି କାଠ ପୂର୍ବରୁ ଆସିଥିବା ବେଳେ ବାକି ଆବଶ୍ୟକ କାଠ ପୁରୀରେ ପହଞ୍ଚିଛି ପାରିନଥିଲା । ଯାହାକୁ ନେଇ ମହାରଣା ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଆଜି ବାକି କାଠରୁ ୩୨ଟି ୪୦ ଫୁଟିଆ କାଠ ପୁରୀରେ ପହଞ୍ଚିଛି ।