ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଓଟିଇଟି ପରୀକ୍ଷା ଫଳାଫଳ : ପାସ୍ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଫେଲ୍ ସଂଖ୍ୟା ଅଧିକ

କଟକ,୩୧ା୮(ବ୍ୟୁରୋ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୨ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି ।ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଓଟିଇଟି- ୧ ଏବଂ ଓଟିଇଟି- ୨ ପରୀକ୍ଷା ଫଳ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ରହିଛି । ପରୀକ୍ଷାର୍ଥୀମାନେ ୱେବସାଇଟ୍‌କୁ ଯାଇ ସେମାନଙ୍କ ରୋଲ୍‌ ନମ୍ବର ଏବଂ ମୋବାଇଲ୍‌ ନମ୍ବର ଦେଇ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷାରେ ଦୁଇଟି ଯାକ ପେପରରେ ସମୁଦାୟ ୩୪ ହଜାର ୩୨୭ ଜଣ ପରୀକ୍ଷାର୍ଥୀ ପାସ୍‌ କରିଥିବା ସୂଚନା ମିଳିଛି । ପେପର-୧ ରେ ୧୮ ହଜାର ୯୭୦ ଜଣ ପାସ୍‌ କରିଥିବା ବେଳେ ପେପର-୨ ରେ ୧୫ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ୨୦୨୧ ଓଟିଇଟି ଫଳାଫଳ ତୁଳନାରେ ୨୦୨୨ରେ ପାସ୍‌ ହାର ଅଧିକ ଅଛି । ତେବେ ୨୦୨୨ ଓଟିଇଟିରେ ପାସ୍‌ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଫେଲ୍‌ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ଦୁଇଟିଯାକ ପେପରରେ ସମୁଦାୟ ୫୦ ହଜାର ୧୮ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିବା ବୋର୍ଡରୁ ସୂଚନା ମିଳିଛି ।

ଓଟିଇଟି-୨୦୨୨ ଲାଗି ରାଜ୍ୟରେ ସମୁଦାୟ ୧ ଲକ୍ଷ ୫୪ ହଜାର ୯୮୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ପେପର-୧ ରେ ୭୬ ହଜାର ୮୩୨ ଜଣ ଏବଂ ପେପର-୨ ରେ ୭୮ ହଜାର ୧୫୩ ଜଣ ଫର୍ମ ପୂରଣ କରିଥିଲେ । ଜୁଲାଇ -୧ ରେ ହୋଇଥିବା ଏହି ପରୀକ୍ଷାରେ ପେପର-୧ ରେ ୧୫ ହଜାର ୦୫୫ ଜଣ ପରୀକ୍ଷାର୍ଥୀ ଏବଂ ପେପର -୨ ରେ ୧୨ ହଜାର ୭୭୮ ଜଣ ପରୀକ୍ଷାର୍ଥୀ ,ଏପରି ମୋଟ ୨୭ ହଜାର ୮୩୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ସମୁଦାୟ ୧ ଲକ୍ଷ ୨୭ ହଜାର ୧୫୨ ଜଣ ଦୁଇଟି ଯାକ ପେପର ପରୀକ୍ଷା ଦେଇଥିଲେ । ପେପର-୧ ରେ ୬୧ ହଜାର ୭୭୭ ଜଣ ଏବଂ ପେପର-୨ରେ ୬୫ ହଜାର ୩୭୫ ଜଣ ମୋଟ ପରୀକ୍ଷା ଦେଇଥିଲେ । ଦୁଇଟିଯାକ ବିଭାଗରେ ୧୫୦ ନମ୍ବର ଲେଖାଏଁ ପରୀକ୍ଷା ହୋଇଥିଲା । ଏଥିରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ପାସ୍‌ ମାର୍କ ୯୦ ରହିଥିବା ବେଳେ ଏସ୍‌ଇବିସି, ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମଙ୍କ ପାଇଁ ପାସ୍‌ ମାର୍କ ୭୫ ନମ୍ବର ଧାର୍ଯ୍ୟ ଥିଲା ।

ଆହୁରି ପଢନ୍ତୁ : ଟ୍ରାକ୍ଟର ଉପରେ ବସି ଶିଶୁ ପୁତ୍ରକୁ ଖେଳାଉଥିଲା ମା’ : ହଠାତ୍ ହାତରୁ ଖସିଗଲା ଶିଶୁ, ଚାଲିଗଲା ଜୀବନ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.