ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଟ୍ରୁଡୋ ସରକାରଙ୍କୁ ଝଟ୍‌କା, କାନାଡାରୁ ହାଇକମିଶନର ଓ ଅନ୍ୟ ଅଧିକାରୀଙ୍କୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଚରମରେ ପହଞ୍ଚିଛି । ବିବାଦକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର କାନାଡାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୈତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। କାନାଡାରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୈତିକ ଅଧିକାରୀମାନେ ସମ୍ଭବତଃ ହତ୍ୟାକାଣ୍ଡରେ ସାମିଲ ଥିବା କାନାଡା ପକ୍ଷରୁ ଅଭିଯୋଗ ହୋଇଥିଲା ।

କାନାଡାର ଏହି ଅଭିଯୋଗକୁ ଭାରତ କଡ଼ା ବିରୋଧ କରିଛି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ନୂଆ ଦିଲ୍ଲୀରେ କାନାଡା ହାଇକମିଶନରଙ୍କୁ ତଲବ କରିଥିଲା । ଏହାସହ କାନାଡା ଦ୍ୱାରା ଭାରତୀୟ ହାଇକମିଶନର ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ କୌଣସି ମାମଲାରେ ତଦନ୍ତ ପାଇଁ ତଲବ କରାଯିବାକୁ କଡ଼ା ଭର୍ତ୍ସନା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । 

କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି । ଆମର ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ । ସେମାନେ ଆମ ଅଧିକାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନର ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.