ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

କଳା ବ୍ୟାଜ ପିନ୍ଧିଲେ ବନ କର୍ମଚାରୀ, ବନ ଆୟୋଗ ନଗଢ଼ିଲେ ସମୂହ ଛୁଟି ଚେତାବନୀ

Published By : Harapriya Sethi | June 15, 2025 11:57 AM

ଭୁବନେଶ୍ୱର,୧୫/୦୬: ବନ କର୍ମଚାରୀଙ୍କ ସୁରକ୍ଷା ସହ ଅନ୍ୟାନ୍ୟ ଅବ୍ୟବସ୍ଥାର ପ୍ରତିକାର ପାଇଁ ସରକାର ତତ୍ପର ହୋଇ ଏକ ବନ ଆୟୋଗ ଗଢ଼ନ୍ତୁ । ଏଭଳି ଦାବିରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରବିବାରଠୁ କର୍ମକ୍ଷେତ୍ରରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଆରମ୍ଭ କରିଛନ୍ତି । ଜୀବନ ପ୍ରତି ବିପଦ ଥିବା ଭଳି କୌଣସି କାର୍ଯ୍ୟ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଚେତାଇଛନ୍ତି ।

ଓଡ଼ିଶା ନନ୍‌ଗେଜେଟେଡ୍ ବନ ସେବା ସଙ୍ଘର ଆନ୍ଦୋଳନ ଡାକରାରେ ସମସ୍ତ ବନଖଣ୍ଡରେ ଆନ୍ଦୋଳନ ଆରମ୍ଭ ହେଇଛି । ଡେପୁଟି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ କଳା ବ୍ୟାଜ୍ ପିନ୍ଧିଛନ୍ତି । ସଂଘ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି, ଗତ ମାସ ୨୪ରେ ଶିକାରୀ ଗୁଳିରେ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ବନରକ୍ଷୀ ପ୍ରହ୍ଲାଦ ପ୍ରଧାନଙ୍କ ଜୀବନ ଗଲା । ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଟେରିଟୋରିଆଲ ଡିଭିଜନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (ଏସଏସଏଫ) ଓ ରାପିଡ୍ ରେସପନ୍ସ ଟିମ (ଆରଆରଟି) ଗଢ଼ା ଯାଉନି କି ଆବଶ୍ୟକତା ଅନୁସାରେ କ୍ୟାଡର ପରିବର୍ତ୍ତନ ହେଉନି । ଖାଲି ସେତିକି ନୁହେଁ, ବାରମ୍ବାର ଦାବି ସତ୍ତ୍ୱେ ଭୌଗୋଳିକ ଅଞ୍ଚଳ ଓ ଜଙ୍ଗଲ ଘନତା ଅନୁସାରେ ରେଞ୍ଜ, ସେକ୍ସନ କି ବିଟ୍‌ ପୁନର୍ଗଠନ ହେଉନି । ଏକ ସ୍ୱତନ୍ତ୍ର ଆୟୋଗ ଗଢ଼ାଗଲେ, ସମସ୍ତ ଅବ୍ୟବସ୍ଥାର ତର୍ଜମା କରାଯାଇ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ପରିଚାଳନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରିବ । ଯାହାକି ସାରା ଦେଶରେ ପ୍ରଥମ ହେବ ବୋଲି ସଂଘ ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି ।

ସେହିପରି ମୃତକ ପ୍ରହ୍ଲାଦଙ୍କ ପରିବାରକୁ ୧ କୋଟିର ସହାୟତା ଦେବା ସହ ସମସ୍ତ କର୍ମଚାରୀଙ୍କ ଦରମା ପ୍ୟାକେଜକୁ ନେଇ ବୀମା ପ୍ରଦାନ ବ୍ୟବସ୍ଥା କରିବାକୁ ସଙ୍ଘ ଅଧ୍ୟକ୍ଷ ଖଗେଶ୍ୱର ସେଠୀ ଦାବି କରିଛନ୍ତି । ବନ ଆୟୋଗ ନ ଗଢ଼ା ହେଲେ, ସବୁ କ୍ଷେତ୍ର କର୍ମଚାରୀ ସମୂହ ଛୁଟିରେ ଯିବାକୁ ସେ ଚେତାବନୀ ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.