ଭୁବନେଶ୍ୱର, ୫।୧୨ : କଟକ ରେଳ ଷ୍ଟେସନରେ ନୂତନ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନ ଡିସେମ୍ବର ୭ ତାରିଖରେ ଉଦଘାଟନ ହେବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଭବନକୁ ଉଦଘାଟନ କରିବେ । କଟକ ରେଳ ଷ୍ଟେସନର ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନ ସିଧାସଳଖ ଜାତୀୟ ରାଜପଥ ପାର୍ଶ୍ୱରୁ ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତ୍ରା ଯୋଗାଇବାରେ ସହାୟକ ହେବ।
କଟକ ଷ୍ଟେସନଠାରେ ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦ୍ଘାଟନ ଯାତ୍ରୀଙ୍କ ଯାତାୟତରେ ସୁବିଧା ଏବଂ ନିରାପତ୍ତାରେ ସହାୟକ ହେବ । ଓଡିଶାରେ ରେଳ ଭିତ୍ତିଭୂମି ବିକାଶରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଯାହାକି ବିଶ୍ୱ ସ୍ତରୀୟ ରେଳ ନେଟୱାର୍କ ନିର୍ମାଣର ଦୃଷ୍ଟିକୋଣ ସହିତ ସମାନ ଅଟେ ।
ଓଡିଶାରେ ତାଙ୍କର କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିସେମ୍ବର ୮ ତାରିଖ ସକାଳେ ଭୁବନେଶ୍ୱରରୁ ବାରଣାସୀ ମାର୍ଗ ଦେଇ ନୂଆଦିଲ୍ଲୀ ଫେରିବେ । ପୂର୍ବାଞ୍ଚଳ କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇ ଭିତ୍ତିଭୂମି ସୁଦୃଢ଼ କରିବା ସହ ଯାତ୍ରୀମାନଙ୍କ ଯାତାୟାତର ସୁବିଧାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି।