କେସିଙ୍ଗା,୨୮|୬(ଆପ୍ର): ବାଇକରେ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଚଢାଉ କରି ଜବତ କରିଛି। ୬୨.୨୨ ଲିଟର ବିଦେଶୀ ମଦ ସହ ବାଇକ ଜବତ କରିଛି। ଏଥିସହ ୨ ଜଣଙ୍କୁ ପୁଲିସ ଅଟକ ରଖିଛି।
ଦୁଇଟି ବଡ ବ୍ୟାଗ୍ ରେ ବିଦେଶୀ ମଦ ଭର୍ତ୍ତି କରି ଏକ ବାଇକ୍ ଯୋଗେ ଚୋରାଚାଲାଣ କରାଯାଉଥିଲା। କେସିଙ୍ଗା ରୁ ଉତ୍କେଲା ଫାଣ୍ଡି ଅଞ୍ଚଳର ଏକ ଗାଁ କୁ ଚୋରାଚାଲାଣ ହେଉଥିବା ସମୟରେ ଜାତୀୟ ରାଜପଥ ୨୬ ସ୍ଥିତ ବୋରିଆ ଗ୍ରାମ ଠାରେ ପୁଲିସ ଚଢାଉ କରି ଥିଲା । ବାଇକ ସହ ମୋଟ ୬୨.୨୨ ଲିଟର ବିଦେଶୀ ମଦ ଜବତ କରିଛି। ଏଥିସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା କେସିଙ୍ଗା ଥାନା ପୁଲିସ ଏସ୍ଆଇ ଲୋରିଶ ପ୍ରଧାନ କହିଛନ୍ତି।