ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଟକରେ କାଳୀପୂଜା ଓ ଦୀପାବଳି ପାଇଁ ମୁତୟନ ହେବେ ୫୩ ପ୍ଲାଟୁନ୍‌ ଫୋର୍ସ: ୧୫୦ ଅଫିସର, ୨୦୦ ହୋମ୍‌ଗାର୍ଡ, ୩୦ ଏଡ୍‌ପୋଷ୍ଟ

Published By : Prameya | October 31, 2024 2:32 PM

କଟକ,୩୧/୧୦: କାଳୀ ପୂଜା, ଦୀପାବଳି ଓ କାଳୀମେଢ଼ ଭସାଣି  ପାଇଁ କଟକ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ୍‌ ୫୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା  ହୋଇଛି । ଏନେଇ ଆୟୋଜିତ ଏକ ବ୍ରିଫିଂ କାର୍ଯ୍ୟକ୍ରମରେ ପୁଲିସ  ଅଧିକାରୀ ଓ ଫୋର୍ସଙ୍କୁ ଡିସିପି ଜଗମୋହନ ମୀନା ଦାୟିତ୍ୱ ବୁଝାଇଛନ୍ତି । କଟକ ସହର ଓ ସହର ବାହାରୁ ଆସିଥିବା ମୋଟ୍‌ ୧୫୦ ଜଣ ଅଫିସରଙ୍କୁ  ସୁରକ୍ଷା ଦାୟିତ୍ୱ ଦିଆଯିବ । 

କଟକର ସମସ୍ତ ଥାନା ଅଧିକାରୀ, ସମସ୍ତ ଏସିପି ଓ  ଦୁଇ ଏଡିସିପି ସୁରକ୍ଷା ତଦାରଖ କରିବେ । ସୁରକ୍ଷା ବ୍ୟବସ୍ଥାକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବା ପାଇଁ  ସହର ତମାମ୍‌ ୩୦ଟି  ଏଡ୍‌ପୋଷ୍ଟ କରାଯାଇଛି ।  ଭସାଣି ଦିନ ଆଉ ୩୫ଟି  ପୋଷ୍ଟ ଅଧିକ କରାଯିବ । ଇନ୍‌ଡୋର ଷ୍ଟାଡିୟମ୍‌ରେ  ଏନେ ଆଜି ଦାୟିତ୍ୱ ବଣ୍ଟନ  କାର୍ଯ୍ୟକ୍ରମ ଆୟୋଜିତ  ହୋଇଥିଲା । ଏଥିରେ ଫୋର୍ସ,  ଏଏସ୍‌ଆଇ-ଏସ୍‌ଆ ଓ ଇନ୍ସପେକ୍ଟର-ଏସିପିଙ୍କୁ ଭିନ୍ନ ଭିନ୍ନ କରି ଡିସିପି ଶ୍ରୀ ମୀନା ଦାୟିତ୍ୱ ବୁଝାଇବା ସହିତ  ସେମାନଙ୍କଠାରୁ ଆବଶ୍ୟକୀୟ ପ୍ରଶ୍ନର ଉତ୍ତର ବୁଝିଥିଲେ। ସଜାଗ ହୋଇ ସଂପୂର୍ଣ୍ଣ  ଦାୟିତ୍ୱ ସହକାରେ ଡ୍ୟୁଟି କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଭସାଣିରେ  ମେଢ଼ଗୁଡ଼ିକ ଯେପରି ଆଗକୁ ଶୀଘ୍ର ଯାଇପାରିବ ସେନେଇ ମଧ୍ୟ ଉଦ୍ୟମ କରିବାକୁ  ଡିସିପି କହିଛନ୍ତି । 

ସେହିପରି ବାଣ ଫୁଟାଇବା ନେଇ ସରକାର ରାତି ୭ରୁ ୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହି ସମୟରେ ସୁରକ୍ଷିତ ଭାବେ ଖୋଲା ସ୍ଥାନରେ ବାଣଫୁଟା  ଯାଇପାରିବ । ତେଣୁ ଯଦି ଏଥିରେ କେହି ବ୍ୟତିକ୍ରମ କରେ ତାହାଲେ କାର୍ଯ୍ୟାନୁଷ୍ଠାନ  ନେବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଥାନାର ସ୍ୱତନ୍ତ୍ର ପାଟ୍ରୋଲିଂ  ଓ ଷ୍ଟ୍ରାକିଂ ଫୋର୍ସ ଏନେଇ କାମ କରିବ । ନିର୍ଦ୍ଧାରିତ ସମୟ ପରେ ଯଦି କେହି ବାଣ  ଫୁଟାନ୍ତି ତାହାଲେ ତାଙ୍କୁ ଧରିଆଣି ଥାନାରେ ଅଟକ ରଖିବାକୁ କୁହାଯାଇଛି । ଗୁରୁବାର ଦିନ ୩ଟାରୁ ଫୋର୍ସ ଓ ଅଫିସରମାନେ ମୁତୟନ ହେବେ । ଭସାଣି ଶେଷ ଅର୍ଥାତ୍‌  ୪ ତାରିଖ ସକାଳ ପର୍ଯ୍ୟନ୍ତ ଫୋର୍ସ ଡ୍ୟୁଟି କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.