ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହିଳାଙ୍କୁ ଖୁବଶୀଘ୍ର ବୁଢା କରିଦିଏ ଏହି ବଦଭ୍ୟାସ, ଆଜି ହିଁ ଛାଡ଼ନ୍ତୁ...

Published By : Harapriya Sethi | February 9, 2025 12:01 PM

ନୂଆଦିଲ୍ଲୀ,୦୯/୦୨: ଆମେ ପ୍ରାୟତଃ ଆମ ଚାରିପାଖରେ ଦେଖୁ ଯେ, ମହିଳାମାନେ ସେମାନଙ୍କ ବୟସ ଠାରୁ ଅଧିକ ବୁଢୀ ଦେଖାଯିବା ଆରମ୍ଭ କରିଥାନ୍ତି । କେବଳ ସେତିକି ନୁହେଁ, ଶରୀରରେ ଅନେକ ରୋଗ ଦେଖାଦେବା ସହ ତ୍ୱଚାରେ କୁଞ୍ଚନ ମଧ୍ୟ ଦେଖାଦେବା ଆରମ୍ଭ କରେ । ଯାହା ଫଳରେ ମହିଳାଙ୍କ ମାନସିକ ଚାପ ମଧ୍ୟ ବଢିଥାଏ । ଏସବୁରୁ ମୁକ୍ତି ପଇବା ପାଇଁ କମ୍‌ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ । ଯଦି ମହିଳାମାନେ ଏହାକୁ ଏଡ଼ାଇ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆଜିଠାରୁ ଏହି ସବୁ ଅଭ୍ୟାସ ଗୁଡ଼ିକୁ ପରିତ୍ୟାଗ କରିବା ଉଚିତ୍ ।

ବ୍ୟାୟାମ ନକରିବା-

ମହିଳାମାନେ ଭାବିଥାନ୍ତି ଯେ, ଘଣ୍ଟା ଘଣ୍ଟା ଠିଆ ହୋଇ କାମ କରିବା ପରେ ବ୍ୟାୟାମ କରିବାର ବା ଆବଶ୍ୟକତା କ’ଣ ? ହେଲେ ପ୍ରତ୍ୟେକ ଶରୀର ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ । ଯଦି ଆପଣ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି, ତେବେ ନିଜ ଗୋଡ଼କୁ ମଜବୁତ କରିବା ପାଇଁ ଆପଣଙ୍କୁ ବସି ବ୍ୟାୟାମ କରିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ଆପଣଙ୍କ ବୟସ ବଢିବା ସହ ରୋଗମୁକ୍ତ ରହି ସୁସ୍ଥ ରହିପାରିବେ । ଏକ ସୁସ୍ଥ ହୃତପିଣ୍ଡ ପାଇଁ ମଧ୍ୟ ବ୍ୟାମର ବେଶ୍‌ ଆବଶ୍ୟକତା ରହିଛି । 

ସବୁବେଳେ ଚିନ୍ତିତ ରହିବା-

ଅଧିକାଂଶ ମହିଳା ନିଜର ଭବିଷ୍ୟତ ପାଇଁ, ଆଖପାଖର ଲୋକ ଅଥବା କୌଣସି ବିଷୟକୁ ନେଇ ଚିନ୍ତିତ ରହିଥାନ୍ତି । ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ୍‌ ବୃଦ୍ଧି ପାଇଥାଏ । ଯାହା ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ । ତେଣୁ ମହିଳାମାନେ ଅତ୍ୟଧିକ ଚିନ୍ତା କରିବାର ଅଭ୍ୟାସକୁ ତ୍ୟାଗ କରିବା ଉଚିତ୍‌ ।

ବହୁତ ରାଗିବା-

ଯଦି କ୍ରୋଧ ଏବଂ ଚିଡ଼ିଚିଡ଼ା ସବୁବେଳେ ଲାଗି ରହୁଛି, ତେବ ଆପଣ ନିଜର କ୍ରଧକୁ ନିୟନ୍ତ୍ରଣ କରିବା ଉଚିତ୍ । ଅତ୍ୟଧିକ ରାଗିବା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉଭୟକୁ କ୍ଷତି ପହଞ୍ଚାଇଥାଏ । ଏହା ସହ ନକାରାତ୍ମକ ଚିନ୍ତା ମଧ୍ୟ ବେଶ୍‌ କ୍ଷତି କରିଥାଏ । ଏହା ମହିଳାଙ୍କ କେଶ ଏବଂ ଚର୍ମକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଯାହା ଫଳରେ ମହିଳାମାନେ ବୟସ ହେବା ପୂର୍ବରୁ ହିଁ ବୁଢୀ ହୋଇଯାଇଥାନ୍ତି । 

କମ୍‌ ପାଣି ପିଇବା-

ଘର ଏବଂ ପରିବାରର ଚିନ୍ତା ହେତୁ ଅନେକ ମହିଳା ନିଜର ଯତ୍ନ ନେଇ ନଥାନ୍ତି । ଏପିରିକି ପାଣି ମଧ୍ୟ କମ୍‌ ପିଇଥାନ୍ତି । ଅନେକ ସମୟରେ ଋତୁସ୍ରାବ ବନ୍ଦ ହେଉଥିବା ସମୟ ବା ମେନୋପଜ୍‌ ସମୟରେ କିମ୍ୱା ପ୍ରସବ ପରେ ମୂତ୍ରାଶୟ ଦୁର୍ବଳ ହେବା କାରଣରୁ ପରିଶ୍ରା ନିୟନ୍ତ୍ରଣ କରି ହୁଏ ନାହିଁ । ବେଳେବେଳେ ପରିଶ୍ରା ଲିକେଜ୍‌ ମଧ୍ୟ ହୋଇଯାଇଥାଏ । ଯାହା ଫଳରେ ମହିଳାମାନେ ପାଣି ପିଇବା କମାଇ ଦେଇଥାନ୍ତି । ଏପରି କରିବା ଦ୍ୱାରା ଚର୍ମ ଏବଂ କେଶର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କେବଳ ସେତିକି ନୁହେଁ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ସେଥିପାଇଁ ମହିଳା ମାନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । 

ଶୋଇବାରେ ଅବହେଳା କରିବା-

ସବୁବେଳେ ଘର କାମରେ ବ୍ୟସ୍ତ ରହି ଶୋଇବାରେ ଅବହେଳା କରନ୍ତୁ ନାହିଁ । କମ୍‌ ପରିମାଣରେ ଶୋଇବା ଦ୍ୱାରା ହୃଦ୍‌ଘାତର ଆଶଙ୍କା ବଢିଥାଏ । ସଠିକ୍‌ ପରିମାଣରେ ଶୋଇବା ଦ୍ୱାରା ଶରୀର ସୁସ୍ଥ ରହିଭା ସହ ବାର୍ଦ୍ଧକ୍ୟର ଦ୍ରୁତ ଗତି ମଧ୍ୟ କମିଥାଏ । ତେଣୁ ଯଦି ଆପଣ ସମୟ ପୂର୍ବରୁ ବୁଢା ହେବାକୁ ଚାହୁଁ ନାହାନ୍ତି, ତେବେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବାର ଅଭ୍ୟାସ କରନ୍ତୁ ।   


      

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.