ଜଟଣୀ,୧୬।୮ : ଜଟଣୀ ଗୋରୁହାଟ ହନୁମାନ ମନ୍ଦିର ନିକଟରେ ସ୍ମୁତି ରଞ୍ଜନ ନାୟକ ହତ୍ୟା ମାମଲାରେ ଜଟଣୀ ପୋଲିସ ହାତରେ ତିନିଜଣ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଛରାର ଶୁଭମ ରଞ୍ଜନ ବାରିକ। ଅନ୍ୟ ଦୁଇଜଣଙ୍କୁ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ହାଜର କରାଯାଇଛି l ସେମାନଙ୍କ ଠାରୁ ୩ଟି ମୋବାଇଲ, ଗୋଟିଏ ଖଣ୍ଡା ଓ ଗୋଟେ ହୋଣ୍ଡା ସ୍କୁଟି ଗାଡି ଜବତ କରିଛି ପୋଲିସ l
ଜଟଣୀ ଘୋଡା ଧର୍ମଶାଳା ଆଦର୍ଶ ସାହି ଅଂଚଳର ସ୍ମୁତି ରଞ୍ଜନ ନାୟକ ଘରୁ ଡାକିଆଣି ତିନିଜଣ ଗୋରୁହାଟ ନିକଟରେ ହନୁମାନ ମନ୍ଦିର ପାଖରେ ଖଣ୍ଡାରେ ନିର୍ମମ ଭାବରେ ହତ୍ୟା କରିଥିଲେ l ଜଟଣୀ ଆଇ. ଆଇ. ସି. ସ୍ଟାଲିନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ସ୍ପେସିଆଲ ଟିମ୍ ବିଭିନ୍ନ ଜାଗାରେ ଚଢାଉ କରି ତିନିଜଣଙ୍କୁ ଧରିଥିଲା।ଇନଷ୍ଟାଗ୍ରାମ ମାଧ୍ୟ୍ୟମରେ ଏକ ଝିଅ ସହିତ ସମ୍ପର୍କକୁ ନେଇ ହତ୍ୟା କରିଥବା ଅଭିଯୁକ୍ତମାନେ କହିଛନ୍ତି।