ପ୍ରମୂଖ ଖବର
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

୨ଟି କାର ସହ ୨୭ କିଲୋ ଗଞ୍ଜେଇ ଜବତ, ପାଞ୍ଚ ବିଟେକ ଛାତ୍ର ଗିରଫ

Published By : Suraj Kumar | July 22, 2025 9:00 PM

ଫିରିଙ୍ଗିଆ,୨୨/୦୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦୁଇଟି କାର ଯାଞ୍ଚ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି। ଏଥି ସହ ପାଞ୍ଚ ଜଣ ବିଟେକ ଛାତ୍ରଙ୍କୁ ଗିରଫ କରିଛି ।  ଗିରଫ ଛାତ୍ରମାନେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବଇରୀ ମଇଁଷିଗୋଠର ସଂଗ୍ରାମ ରାଉତ,  କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ଗାଁର ରଂଜିତ କୁମାର ପାତ୍ର, ଘସିପୁରା ଥାନା ଖାଇଲୋ ଗାଁର ବୁଦ୍ଧଦେବ ପଳେଇ ଓ ଘସିପୁରା ଥାନା ଅଁଳାପାଳ ଗାଁର ଓମପ୍ରତାପ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୋବ୍ରା ଗାଁର ଦେବାଶିଷ ପ୍ରଧାନ ।

ସୋମବାର ସଂଧ୍ୟା ସମୟରେ ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମାଶ୍ରୀପଡା ଛକ ନିକଟରେ  ପୁଲିସ ଗାଡି ମୋଟର ଯାଞ୍ଚ  କରୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ I କାରରୁ ଏକ ଗଞ୍ଜେଇ ଭର୍ତ୍ତି ବ୍ୟାଗ ବାହାରିଥିଲା I ଏଥିରେ ଭୟଭୀତ ହୋଇ କାରରେ ଥିବା ଛାତ୍ର ମାନେ ଫେରାର ହୋଇଯିବା ପାଇଁ ଚେଷ୍ଟା କରିଥିଲେ।  କିନ୍ତୁ କୌଶଳ କ୍ରମେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ I ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମଙ୍ଗଳବାର ଗିରଫ ଛାତ୍ର ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.