ପ୍ରମୂଖ ଖବର
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସମସ୍ୟା ଜର୍ଜରିତ ମହୁଲବଣି ଗାଁ, ପେଟ ପାଇଁ ସଙ୍ଘର୍ଷ କରୁଛନ୍ତି ୨୫ ଆଦିବାସୀ ପରିବାର

Published By : Rasmita Pradhan | June 11, 2025 1:40 PM

ନୀଳଗିରି, ୧୧/୬ : ସରକାର ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ଯୋଗାଉଛନ୍ତି । ହେଲେ ଯୋଜନା ବାସ୍ତବ କ୍ଷେତ୍ରରେ ସଠିକ ରୂପାୟନ ହୋଇପାରି ନଥିବାରୁ ପେଟ ପାଇଁ ୨୫ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ସଂଘର୍ଷ କରୁଛନ୍ତି। ଏଭଳି ଦୃଶ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳ ମହୁଲବଣି ଗ୍ରାମରେ ଦେଖିବାକୁ ମିଳିଛି । 

ସୂଚନାରୁ ପ୍ରକାଶ, ନୀଳଗିରି ବ୍ଲକ ପିଠାଅତା ପଞ୍ଚାୟତ ମହୁଲବଣି ଆଦିବାସୀ ଗ୍ରାମରେ ୨୫ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ଦିନେ ଏହି ଗ୍ରାମର ବାସିନ୍ଦା ଶାଳପତ୍ର ସିଲାଇ କରି ନିଜର ପରିବାର ଗୁଜରାଣ ମେଣ୍ଟାଉଥିଲେ । ହେଲେ ଏବେ ପତ୍ରର ଚାହିଦା କମିଯାଇଥିବା ବେଳେ ଏହା ବନ୍ଦ କରିଦେଇଛନ୍ତି । ସେହିପରି ମହୁଲ, ଟୁଲ, କଷାଫଳ, ହରିଡା, ବାହାଡ଼ା, ଅଁଳା ଓ ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଚଳି ଆସୁଥିଲେ । ହେଲେ ବନ ବିଭାଗର କଟକଣା ଓ କର୍ମଚାରୀଙ୍କ ନାଲି ଆଖି ପାଇଁ ଏହା ମଧ୍ୟ ବନ୍ଦ କରି ଦେଇଥିବା ଜଣାପଡିଛି । କିଛି ପରିବାର ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଆସୁଥିବାବେଳେ କାମ ନମିଳିଲେ ପରିବାର ପେଟ ଓଳିଏ ଉପବାସରେ ରହିଥାଏ । 

ସେହିପରି ଅନେକ ପରିବାର ସରକାରୀ ସହାୟତା ବିନା ଛେଳି, ଘୁଷୁରୀ ଚାଷ କରୁଥିବା ଦେଖାଯାଇଛି । ନଳକୂପରୁ ଶୁଦ୍ଧ ପାଣି ସଠିକ ବାହାରୁ ନଥିବାରୁ ଅନେକ ପରିବାର ଖରାଦିନେ ପାଖରେ ଥିବା ଟାଙ୍ଗଣା ନଦୀ କୂଳରେ ଚୁଆ ଖୋଳି ପାଣି ବ୍ୟବହାର କରିଥାନ୍ତି । ଗ୍ରାମରେ ପକ୍କା ରାସ୍ତା ନଥିବା ବେଳେ ମାଟି ରାସ୍ତା ବର୍ଷା କାରଣରୁ ମରଣଯନ୍ତା ପାଲଟିଛି । ୫ ବର୍ଷରେ ଦୁଇ ଥର ରାଜନେତା ଗ୍ରାମକୁ ଆସି ପିଠିରେ ହାତ ଥାପୁଡି ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନିଅନ୍ତି। ହେଲେ ପରେ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପାଲଟିଥାଏ ବୋଲି ଗ୍ରାମବାସୀ କହନ୍ତି । ଆଦିବାସୀମାନଙ୍କୁ ସରକାର ବିଭିନ୍ନ ଯୋଜନା ଯୋଗାଉଥିବା ବେଳେ ଯଦି ଗ୍ରାମବାସୀଙ୍କୁ ସଠିକ ସଚେତନ କରି ଯୋଜନା ଯୋଗାଇ ପାରନ୍ତେ ତା’ହେଲେ ହୁଏତ ଏହି ଗ୍ରାମର ଗ୍ରାମବାସୀ ପେଟ ପାଇଁ ଜୀବନ ସହିତ ସଂଗ୍ରାମରୁ ମୁକ୍ତି ପାଇ ବିଭିନ୍ନ ଚାଷ କିମ୍ବା ଅନ୍ୟ କାର୍ଯ୍ୟ କରି ପାରନ୍ତେ ବୋଲି ମହୁଲବଣି ଗ୍ରାମର ପଣ୍ଡା କିସ୍କୁ, ଶୁକ୍ରମଣୀ ସରେନ, ସୁଗୁ ମାରାଣ୍ଡି, ସୁଦାମ ମାରାଣ୍ଡି, ବାସନ୍ତୀ କିସ୍କୁ, ଦାସ ସରେନ, ଭଗବାନ ମାରାଣ୍ଡି, କୃପା ମାରାଣ୍ଡି, ଦୁର୍ଗା ହେମ୍ବ୍ରମ, ବୁର୍ଗୀ ମୁର୍ମୁ, ଦେବାନ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି । ଏହି ଆଦିବାସୀ ଗ୍ରାମରେ ପ୍ରଶାସନର କେବେ ଶୁଭ ଦୃଷ୍ଟି ପଡ଼ିବ³ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.