ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଇତିହାସର ସବୁଠାରୁ ଗରମ ବର୍ଷ ୨୦୨୪, ୟୁରୋପିଆନ୍ ୟୁନିୟନ ବୈଜ୍ଞାନିକଙ୍କ ଷ୍ଟଡିରୁ ଖୁଲାସା

Published By : Harapriya Biswal | December 9, 2024 6:42 PM

ନୂଆଦିଲ୍ଲୀ,୯।୧୨: ୟୁରୋପିଆନ୍ ୟୁନିୟନ୍ କପରନିକ୍ସ କ୍ଲାଇମେଟ୍‌ ଚେଞ୍ଜ ସର୍ଭିସ (C3S) ଖୁଲାସା କରିଛି ଯେ, ୨୦୨୪ ଇତିହାସର ସବୁଠାରୁ ଗରମ ବର୍ଷ। ଚଳିତ ବର୍ଷର ଗରମ ସବୁ ରେକର୍ଡ ଭାଭ୍ଗିଛି। ଏଭଳି ଗରମ ଆସନ୍ତା ବର୍ଷ ହେବାର ଆଶଙ୍କା ରହିଛି। ଏହି ଖୁଲାସା କ୍ଲାଇମେଟ୍ ଚେଞ୍ଜକୁ ରୋକିବା ପାଇଁ  ଜାତିସଂଘ ଦ୍ବାରା ୩୦୦ ବିଲିୟନ ଡଲାର ଡିଲ୍‌ର ଦୁଇ ସପ୍ତାହ ପରେ ହୋଇଛି। 

C3S କହିଛି ଜାନୁଆରୀରୁ ନଭେମ୍ବର ପର୍ଯ୍ୟନ୍ତ ହାରାହାରି ବିଶ୍ବ ତାପମାତ୍ରା (Average Global Temperature) ପ୍ରି-ଇଣ୍ଡଷ୍ଟ୍ରିଆଲ ଏରା ଅର୍ଥା ୧୮୫୦ ରୁ ୧୯୦୦ର ତୁଳନାରେ ଦେଢ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଛି। ଏହା ପୂର୍ବରୁ ସବୁଠାରୁ ଅଧିକ ଗରମର ରେକର୍ଡ ୨୦୨୩ର ନାଁ ଥିଲା। ୨୦୨୪ରେ ପୁରା ଦୁନିଆ ଆହୁରି ଅଧିକ ଗରମ ହୋଇଯାଇଛି। ଇଟାଲୀ ଓ ଦକ୍ଷିଣ ଆମେରିକାରେ ଭୟଙ୍କର ମରୁଡି ଦେଖିବାକୁ ମିଳିଛି। ନେପାଳ,ସୁଡାନ ଓ ୟୁରୋପରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ମେକ୍ସିକୋ, ମାଲି, ସାଉଦି ଆରବରେ ହିଟ୍‌ଓ୍ବେଭ୍ କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକା ଓ ଫିଲିପାଇନ୍ସରେ ବିପଦଜନକ ସାଇକ୍ଲୋନ୍‌ ଆତଙ୍କ ଖେଳାଇଛି। ବୈଜ୍ଞାନିକଙ୍କ ଷ୍ଟଡିରୁ ଏହି କଥା ସ୍ପଷ୍ଟ ଭାବରେ ଜଣାପଡିଛି। ଏହି ସବୁ ମଣିଷ ଦ୍ବାରା କରାଯାଇଥିବା ଜଳବାୟୁ ପରିବର୍ତ୍ତନର ଫଳାଫଳ।

ଚଳିତ ବର୍ଷ ନଭେମ୍ବର ମାସ ଗତ ବର୍ଷର ନଭେମ୍ବର ମାସ ପରେ ଦ୍ବିତୀୟ ସବୁଠାରୁ ଗରମ ମାସ ଥିଲା। କପରନିକ୍ସ କ୍ଲାଇମେଟ୍‌ ରିସର୍ଚ୍ଚର ଜୁଲିୟନ ନିକୋଲାସ୍‌ କହିଛନ୍ତି, ଆମ ଦୁନିଆ ଲଗାତାର ଗରମର ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି। ବିଶ୍ବ ତାପମାତ୍ରା ଲଗାତାର ବଢିବାରେ ଲାଗିଛି। ଆଗାମୀ କିଛି ମାସରେ ଏହି ସ୍ଥିତି ଆହୁରି ଖରାପ ହୋଇପାରେ। ଲଗାତାର ଜୀବାଶ୍ମ ଇନ୍ଧନ ଜଳାଇବା କାରଣରୁ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହେଉଛି। ଏହି କାରଣରୁ ତାପମାତ୍ରା ବଢୁଛି। ଏହି ନିର୍ଗତକୁ ଜିରୋ କରିବା ଜରୁରୀ। ବହୁଦେଶ ଏହି ଭରସା ଦେଇଛନ୍ତି ଯେ ସେମାନେ ଏହାକୁ କମ୍ କରିବେ, ଏହାପରେ ବି ଚଳିତ ବର୍ଷ CO2 ନିର୍ଗତ ରେକର୍ଡ ସ୍ତରରେ ରହିଛି। ଇମ୍ପାରିଅଲ୍ କଲେଜ ଲଣ୍ଡନର ବୈଜ୍ଞାନିକ ଫେଡରିକ୍‌ ଓଟୋ କହିଛନ୍ତି, ବୈଜ୍ଞାନିକମାନେ ବର୍ତ୍ତମାନ ଲା ନିନା ଉପରେ ମଧ୍ୟ ନଜର ରଖିଛନ୍ତି। କାରଣ ଏହାଦ୍ବାରା ଆଗାମୀ ବର୍ଷ ତାପମାତ୍ର କମ୍ ହୋଇପାରେ। ଏହି କାରଣରୁ ସମୁଦ୍ରର ଗରମ କମ୍ ହେବ। ତାହା ଥଣ୍ଡା ରିବ। ଚଳିତ ବର୍ଷ ଏଲ-ନିନୋ କାରଣରୁ ଗରମ ବଢିଥିଲା। ଆସନ୍ତା ବର୍ଷ ତାପମାତ୍ରା ମଧ୍ୟ ହ୍ରାସ ଆସିବାର ସମ୍ଭାବନା ରହିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.