ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦୨୪ ସବୁଠାରୁ ଉତପ୍ତ ବର୍ଷ, ବଢ଼ିଛି ରୌଦ୍ର ତାପର ପ୍ରଭାବ : ବିଶେଷଜ୍ଞ

Published By : Bijay Swain | July 13, 2025 12:08 AM

ଭୁବନେଶ୍ୱର: ୧୯୦୧ ମସିହା ଠାରୁ  ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ   ୨୦୨୪ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ନ୍ୟାସ୍‌ନାଲ୍ ୱେଦର ଫେରକାଷ୍ଟିଂ ସେଂଟରର ପାଣିପାଗ ବିଶେଷଜ୍ଞ ଡକ୍ଟର ଅଖିଳ ଶ୍ରୀବାସ୍ତବ କହିଛନ୍ତି ।

ପ୍ରଚଣ୍ଡ ରୌଦ୍ର ତାପର ପ୍ରଭାବ କିଛି ବର୍ଷ ହେବ ଭୀଷଣ ଭାବେ ଅନୁଭୂତ ହେଉଥିବା ବେଳେ ମୃତ୍ୟୁ ଏବଂ କ୍ଷୟକ୍ଷତି ପରିପ୍ରେକ୍ଷୀରେ ଦ୍ୱିତୀୟ ବଡ଼ କାରଣ ପାଲଟିଛି ବୋଲି କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ - ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ପ୍ରଚଣ୍ଡ ରୌଦ୍ର ତାପ ଉପୁଜାଇ ନାହିଁ ବରଂ ଅନ୍ୟାନ୍ୟ ପାଣିପାଗ ଜନିତ କାରଣରୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୦ ରୁ ୨୦୦୯ ବର୍ଷ ଗୁଡ଼ିକ ଅପେକ୍ଷା ୨୦୧୦ ରୁ ୨୦୧୯ ମଧ୍ୟରେ ରୌଦ୍ର ତାପର ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏହା ଜନିତ ମୃତ୍ୟୁ ମଧ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସୋଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଭାବେ ସମାଜର ହିତ ପାଇଁ କାର୍ଯ୍ୟ କରିବା ଏହାର ଦାୟିତ୍ୱ । ବର୍ତମାନ ପୃଥିବୀରେ ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ସଚେତନତାର ସୃଷ୍ଟି କରନ୍ତୁ ବୋଲି କୁଳପତି କହିଥିଲେ । 

ସୋଆ ପକ୍ଷରୁ ସେଂଟର ଫର ଏନଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ ଓ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଫେସର ନନ୍ଦ କହିଥିଲେ । କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ତଥା ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି ସମ୍ମିଳନୀର ଉଦ୍‌ଯାପନୀ ବକ୍ତବ୍ୟ ରଖିବା ସହ ସମ୍ମିଳନୀରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ମୁଖକୁ ଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । 

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଉପକୁଳପତି ପ୍ରଫେସର ପି.କେ. ପାତ୍ର ବକ୍ତବ୍ୟ ରଖିଥିଲେ । ଆଇଏଏସ୍‌ର ଆସୋସିଏଟ୍‌ ପ୍ରଫେସର ଡକ୍ଟର ଶୁଭପ୍ରଦ ଦାଶ ସମ୍ମିଳନୀ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ସ୍ୱାତୀ ଶିଳ୍ପା ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମନ୍ତବ୍ୟ ରଖିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.