ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନାଇଜରର ସ୍ନାତକ ସମାରୋହ, ଆରାମଦାୟକ ଜୀବନ ନୁହେଁ, ଦେଶ ପାଇଁ ବଞ୍ଚିବାର ମନୋଭାବ ରଖିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | July 12, 2025 10:26 PM

ଭୁବନେଶ୍ୱର, ୧୨।୭  - ମନ୍ଦିରମାଳିନୀ  ଭୁବନେଶ୍ଵର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ନାଇଜର ସମେତ ଆଇଆଇଟି, ଏମ୍ସ, ଏସଡ଼ିଆଇ, ଏବଂ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକ୍ସ ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଭୁବନେଶ୍ଵରରେ ଦେଶର ପ୍ରତିଭାବାନ ଯୁବଶକ୍ତି ଅଛନ୍ତି । ଏହି ସମୃଦ୍ଧ ନେଟୱାର୍କ ଓଡ଼ିଶାକୁ ବଡ଼ ସ୍ୱପ୍ନ ଦେଖିବା ସହ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଅଧିକ ଯୋଗଦାନ ଦେବାରେ ସାହାଯ୍ୟ କରୁଛି। ଏହି ସମ୍ଭାବନାକୁ ଦେଖିଲେ ଆଗାମୀ ଦିନରେ ଭୁବନେଶ୍ୱର ଜ୍ଞାନର ପେଣ୍ଠସ୍ଥଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆରାମଦାୟକ ଜୀବନ ପାଇଁ ନୁହେଁ, ରାଷ୍ଟ୍ର ପାଇଁ ବଞ୍ଚିବାର ମନୋଭାବ ରଖିବାକୁ ଶ୍ରୀ ପ୍ରଧାନ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି । 

 ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୪ତମ ସ୍ନାତକ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି  ଯେ ଜଟଣୀରେ ପ୍ରତିଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ହେଉଛି ଏକ ସ୍ୱୟଂଶାସିତ ଗବେଷଣା ଅନୁଷ୍ଠାନ, ଯାହା ଆଟୋମିକ୍ ଏନର୍ଜି   ସହଯୋଗରେ ସ୍ଥାପନା ହୋଇଛି । ହୋମି ଭାଭା ଜାତୀୟ ପ୍ରତିଷ୍ଠାନ ଦ୍ୱାରା ଅନୁବନ୍ଧିତ ଏହି ପ୍ରତିଷ୍ଠାନ ବହୁତ ଉଚ୍ଚକୋଟୀର ଅନୁଷ୍ଠାନ । ବହୁତ ଗୁଣାତ୍ମକ ପିଲାମାନେ ଏଠାରେ ପାଠ ପଢନ୍ତି । ଦେଶର ବୈଜ୍ଞାନିକଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷା ପ୍ରଦାନ, ଗବେଷଣା କ୍ଷେତ୍ର ଏବଂ ଇନୋଭେସନ ପାଇଁ ଭାବା ନ୍ୟାସନାଲ ଇନଷ୍ଟିଟ୍ୟୁଟର ବଡ଼ ଭୂମିକା ଅଛି । କେବଳ ପରମାଣୁ ଶକ୍ତି ପାଇଁ ନୁହେଁ ବରଂ ବିଜ୍ଞାନର ଅନେକ ଦିଗରେ ଆନ୍ତର୍ଜାତୀୟ ସ୍ତରର ଆଧୁନିକ ଗବେଷଣା ଏହି ଶିକ୍ଷାନୁଷ୍ଠାନରେ ହୋଇଥାଏ ।

 ଭୁବନେଶ୍ୱରରେ ନାଇଜର ଭଳି ଶିକ୍ଷାନୁଷ୍ଠାନ ଗଢି ଉଠିବା ଗର୍ବର ବିଷୟ । ଏକବିଂଶ ଶତାବ୍ଦୀରେ ଏକ ଜ୍ଞାନଭିତ୍ତିକ ଅର୍ଥନୀତିର ପରିକଳ୍ପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଏଥିପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରି ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ ହୋଇଥିବା ବେଳେ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରକୁ ଜ୍ଞାନର ପେଣ୍ଠସ୍ଥଳି  କରିବା ପାଇଁ ଆମ ପାଖରେ ଅପାର ସମ୍ଭାବନା ଓ ଯୁବଶକ୍ତି ରହିଥିବା ସେ କହିଛନ୍ତି ।   

ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କ ଉପରେ ଅଧିକ ବିଶ୍ୱାସ ରଖିଛନ୍ତି । ଭାରତର ଯୁବଶକ୍ତି ଆମର ସମ୍ପତ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଏହି ଯୁବଶକ୍ତିଙ୍କୁ ଭବିଷ୍ୟତ ପାଇଁ ବିକାଶର ଇଞ୍ଜିନରେ ପରିଣତ କରିବାରେ କାର୍ଯ୍ୟ କରୁଛି, ଯାହା ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ଆଗେଇ ନେବ । ଗବେଷଣାରୁ ନବସୃଜନ ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ମୋଦୀ ସରକାର ଆମର ଯୁବପିଢ଼ିଙ୍କୁ ସେମାନଙ୍କର କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ନୀତିଗତ ଢାଞ୍ଚା ଏବଂ ପ୍ରୋତ୍ସାହନ ସହାୟତା ପ୍ରଦାନ କରୁଛନ୍ତି । ଯୁବବର୍ଗମାନେ ଆରାମଦାୟକ ଜୀବନ ଅତିବାହିତ କରିବା ଆଶାରେ ନରହି ସ୍ୱାଧୀନତା ସଂଗ୍ରାମୀଙ୍କ ପରି ରାଷ୍ଟ୍ର ପାଇଁ ବଞ୍ଚନ୍ତୁ । ସମସ୍ତ ସ୍ନାତକ ଏବଂ ସମ୍ମାନିତ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । 

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଷ୍ଠାନର ଜୀବ ବିଜ୍ଞାନ ବିଭାଗର ନୂଆ ଜାତୀୟ ପଶୁ ଗବେଷଣା ଏବଂ ପ୍ରୟୋଗଶାଳା କେନ୍ଦ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅତ୍ୟାଧୁନିକ ସୁବିଧା ଜୈବିକ ବିଜ୍ଞାନରେ ଅତ୍ୟାଧୁନିକ ଗବେଷଣାକୁ ସହଜ କରିବ, ପଶୁ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକ କୌଶଳକୁ ପ୍ରୋତ୍ସାହିତ କରିବ। ଶ୍ରୀ ପ୍ରଧାନ କ୍ୟାମ୍ପସ ପରିସରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ବୃକ୍ଷରୋପଣ କରିବା ସହ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.