ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

କଣାସରୁ ମିଳିଲା ୨ ହଜାର ବର୍ଷ ତଳର ମୁଦ୍ରା, କୁଶାଣ ସାମ୍ରାଜ୍ୟ ସମୟର ବୋଲି କୁହାଯାଉଛି

Published By : Prameya | July 25, 2025 12:12 PM

କଣାସ,୨୫/୦୭: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଡ଼ପୁଟ ଗ୍ରାମରୁ ୨ ହଜାର ବର୍ଷ  ତଳର ଏକ ମୁଦ୍ରା ମିଳିଛି । ଏହା କୁଶାଣ  ସାମ୍ରାଜ୍ୟ ସମୟର ବୋଲି କୁହାଯାଉଛି । ଉତ୍କଳ  ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗ ସହକାରୀ  ପ୍ରାଧ୍ୟାପକ ଡ. ଅନାମଚରଣ ବେହେରା ଓ ତାଙ୍କ ସହକର୍ମୀମାନେ ଏହାକୁ ଉଦ୍ଧାର କରିଛନ୍ତି ।  

ଏଥିସହିତ ସ୍ଥାନୀୟ ଅଞ୍ଚଳରୁ ପୁରାତନ  ପ୍ରସ୍ତର ଯୁଗର ପ୍ରସ୍ତର କୁରାଢ଼ି ଓ ଅନ୍ୟ  ଧାରୁଆ ପ୍ରସ୍ତରଖଣ୍ଡ ସଂଗ୍ରହ କରିଛନ୍ତି ।  ପ୍ରାୟ ୫୦ ବର୍ଷ ତଳେ ଗ୍ରାମର ପ୍ରସିଦ୍ଧ ଶୈବ  ପୀଠ ମଲ୍ଲିକେଶ୍ୱର ମନ୍ଦିର ନିକଟରେ ଥିବା  ଏକ ଛୋଟ ପାହାଡ଼କୁ ଅନ୍ତର୍ଯ୍ୟାମୀ ପରିଡ଼ା  ନାମକ ବ୍ୟକ୍ତି ଖନନ କରିବା ବେଳେ ଏସବୁ  ମିଳିଥିଲା । ଏହାକୁ ସେ ତାଙ୍କ ବନ୍ଧୁ ତଥା  ଡେଲାଙ୍ଗ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ  ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କୁ ଦେଇଥିଲେ ।  ପାଖାପାଖି ୩-୪ଟି ମୁଦ୍ରା ସହିତ ଅନ୍ୟ କିଛି  ସାମଗ୍ରୀ ପ୍ରଦାନ କରିଥିଲେ । ଭାସ୍କର ଏହାକୁ  ଦୀର୍ଘ ଦିନ ବାକ୍ସରେ ସାଇତି ରଖିଥିଲେ ।  କାଳକ୍ରମେ କିଛି ହଜି ଯାଇଥିଲା । ରହିଥିବା  ମୁଦ୍ରା ବାବଦରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର  ଡ. ବେହେରାଙ୍କୁ କହିଥିଲେ । ସେ ଏସବୁ ଦେଖିବା ପରେ ଏହା କୁଶାଣ  ସାମ୍ରାଜ୍ୟର ବୋଲି ମତ ଦେଇଛନ୍ତି । ଡ.  ବେହେରା କହିଛନ୍ତି, ଏହି ମୁଦ୍ରା ଗଞ୍ଜାମ ଓ  ଭୁବନେଶ୍ୱରରୁ ମଧ୍ୟ ମିଳିଛି । ଡେଲାଙ୍ଗର  ଘୋରଡ଼ିଆ ପାହାଡ଼ ଦେଇ ସେତେବେଳେ  ବ୍ୟବସାୟୀମାନେ ଗଞ୍ଜାମ ଯାଇ କାରବାର  କରୁଥିବା ଅନୁମାନ କରାଯାଉଛି । ଏହା  ଉପରେ ଅଧିକ ଗବେଷଣା କରି ଅଧିକ ତଥ୍ୟ  ବାହାର କରିବେ ବୋଲି ମତ ଦେଇଛନ୍ତି ।  

ଗଡ଼ବଡ଼ପୁଟରେ ପୁରାତନ ସମୟର ବହୁ  ସାମଗ୍ରୀ ମିଳିଥିବାରୁ ଏଠାରେ ପ୍ରତ୍ନତତ୍ତ୍ୱ ବିଭାଗ  ଦ୍ୱାରା ଗବେଷଣା କରାଯାଇ ଖନନ କରାଗଲେ  ଆହୁରି ଅନେକ ପ୍ରାଚୀନ ସାମଗ୍ରୀ ମିଳିପାରେ  ବୋଲି କୁହାଯାଉଛି । ମୁଦ୍ରା ଓ କୁରାଢ଼ି ହସ୍ତାନ୍ତର  ବେଳେ ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର  ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ  ବୃନ୍ଦାବନ ପାହାଡ଼ସିଂହ, ଗ୍ରାମବାସୀ  ବୀରବର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.