ପ୍ରମୂଖ ଖବର
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

୨୦ ଜଣ ପୋଲିସଙ୍କୁ ମିଳିବ ରାଜ୍ୟପାଳ ପଦକ

Published By : Prameya | January 21, 2025 10:18 PM

ଭୁବନେଶ୍ବର,୨୧।୧ : ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୋଲିସ କର୍ମଚାରୀଙ୍କ ନାମ  ରାଜ୍ୟପାଳ ପଦକ ପାଇଁ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ୨୦ ଜଣ ପୋଲିସଙ୍କୁ ଏହି ପଦକ ପ୍ରଦାନ କରାଯିବ। ଆସନ୍ତା ଜାନୁୟାରୀ ୨୬ ତାରିଖରେ ଏହି ପଦକ ପ୍ରଦାନ କରାଯିବ। 

ପ୍ରଥମ ବର୍ଗରେ ଅଗ୍ନିଶମ ଆଇଜି ଦୀପକ କୁମାର ଓ  ଡିଆଇଜି ସାର୍ଥକ ଷଡଙ୍ଗୀ ରାଜ୍ୟପାଳ ପଦକ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଝାରସୁଗୁଡା ଏସପି ପରମାରସ୍ମିତ ପରଷୋତ୍ତମ ଦାସ, କଟକ ଓଏସଏପି ୬ଷ୍ଠ ବାଟାଲିୟାନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଭିଜିଲାନ୍ସ ନିର୍ଦେଶାଳୟ ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ବାଳ, ଗଞ୍ଜାମ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା  ରାଜ୍ୟପାଳ ପଦକ ପାଇଁ ଚୟନ ହୋଇଛନ୍ତି।

ସେହିପରି କଟକ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର  ଶ୍ରଦ୍ଧାଞ୍ଜଳୀ ପଣ୍ଡା,  ଭୁବନେଶ୍ବରସ୍ଥିତ  ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଇନ୍ସପେକ୍ଟର ଅନିଲ କୁମାର ମିଞ୍ଜ, ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଇନ୍ସପେକ୍ଟର  ତୁଷାରକାନ୍ତ ମହାପାତ୍ରଙ୍କୁ ରାଜ୍ୟପାଳ ପଦକ ପାଇଁ ମନୋନୀତ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.