ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ବାପା-ଜେଜେଙ୍କ ବ୍ୟବସାୟକୁ ଆଗେଇ ନେଇଛନ୍ତି ୨୦ ବର୍ଷିୟା ଯୁବତୀ , ଅନେକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

ନୂଆଦିଲ୍ଲୀ : ଯେଉଁ ଘାଟୀରେ ଅଧିକାଂଶ ସମୟ ପଥରମାଡ଼ ଓ ଗୁଳି ଚାଳନାର ଖବର ଆସୁଥିଲା, ଏବେ ସେହି କାଶ୍ମୀର ଘାଟୀର ବାତାବରଣ ବଦଳି ଯାଇଛି। ଘରର ଚାରି କାନ୍ଥରୁ ବାହାରି , କାଶ୍ମୀରରେ ମହିଳାମାନେ ଏବେ ବ୍ୟବସାୟରେ ନିଜର କରିସ୍ମା ଦେଖାଇଛନ୍ତି। ପ୍ରଥମେ କାଶ୍ମୀରରେ ମହିଳାଙ୍କ ପାଇଁ କାମ କରିବା ବା ବ୍ୟବସାୟ କରିବା ସାଧାରଣ କଥା ନଥିଲା। କିନ୍ତୁ ଏବେ ସମୟ ସହ ଲୋକଙ୍କ ବିଚାର ବଦଳିବାକୁ ଲାଗିଛି। ସାନିଆ ଜେହରାଙ୍କ ଭଳି ଅନେକ କାହାଣୀ ଏହି ପରିବର୍ତ୍ତନର ଉଦାହରଣ ସାଜିଛନ୍ତି। ପାଖାପାଖି ୨୦ ବର୍ଷର ସାନିଆ କାଶ୍ମୀରର ଅନ୍ୟ ଯୁବତୀଙ୍କ ପାଇଁ ମଧ୍ୟ ସାଜିଛନ୍ତି ପ୍ରେରଣା। 

କାଶ୍ମୀରୀ ମହିଳାମାନେ ଏବେ ପୂର୍ବର ସେ ପୁରୁଣା ନୀତି ନିୟମକୁ ଭାଙ୍ଗି ବିଜନେସ ଦୁନିଆ ପାଦ ଦେଉଛନ୍ତି। ଆଉ ଏଥିରେ ମଧ୍ୟ ସ୍ୱତନ୍ତ୍ର ସଫଳତା ହାସଲ କରୁଛନ୍ତି। ଏଥିରେ ଜଣେ ସାନିଆ ଜେହରା , ଯିଏ ମହୁମାଛି ପାଳନର କ୍ଷେତ୍ରରେ ଏକ ଉଦାହରଣ ହୋଇ ପାରିଛନ୍ତି।କାଶ୍ମୀରର ବଲହାମାରେ ରହୁଥିବା ସାନଆ କେବଳ ନିଜ ପରିବାରର ପୈତୃକ ବ୍ୟବସାୟର ମେରୁଦଣ୍ଡ ପାଲଟିଛନ୍ତି , ତାନୁହେଁ ସେ ନିଜର ପୂରା ସଂପ୍ରଦାୟକୁ ମଧ୍ୟ ଏକ ନୂଆ ରାସ୍ତା ଦେଖାଇଛନ୍ତି। 

ସାନିଆ କୁହନ୍ତି , ମହୁମାଛି ପାଳନ ତାଙ୍କର କୂଳ ବ୍ୟବସାୟ। ପ୍ରଥମେ ତାଙ୍କର ଜେଜେ ଏହି ବ୍ୟବସାୟ କରୁଥିଲେ ଏବଂ ଏହାପରେ ତାଙ୍କ ପିତା ଏହାକୁ ଆଗେଇ ନେଲେ। ୩ୟ ପିଢି ଭାବେ ଏବେ ସାନିଆ ଏହାର ଦାୟିତ୍ୱ ନେଇଛନ୍ତି। ହେଲେ ପ୍ରାରମ୍ଭରେ ଏମିତି ନଥିଲା। ସେ କେବେ ଭାବି ନଥିଲେ କି, ସେ କେବେ ନିଜ ପରିବାରର ଏହି କୂଳ ବ୍ୟବସାୟକୁ ସମ୍ଭାଳିବେ। 

ନିଜର ପିଲାବେଳେ ସାନିଆ ସମୟ ବିତେଇବା ପାଇଁ ଓ ପିତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସହ ଯାଉଥିଲେ। କିନ୍ତୁ ଧିରେ ଧିରେ ତାଙ୍କୁ ମହୁମାଛି ପାଳନର ଇଚ୍ଛା ଜାଗ୍ରତ ହେଲା। ଆଜି ସେ ସଂପୂର୍ଣ୍ଣ ଭାବେ ଏହି ବ୍ୟବସାୟକୁ ଆପଣାଇ ନେଇଛନ୍ତି। କାଶ୍ମୀର ଡିସ୍ପେଚ୍‌ର ରିପୋର୍ଟ ଅନୁସାରେ , ମହୁମାଛି ପାଳନ ଠାରୁ ନେଇ ମହୁ ବାହାର କରିବା ଓ ମାର୍କେଟିଂ ଯାଏ ସବୁ କାମ ସାନିଆ ନିଜେ ହିଁ କରନ୍ତି। 

ସାନିଆ କୁହନ୍ତି , ଏହି ବ୍ୟବସାୟରୁ ମିଳୁଥିବା ଲାଭ ତାଙ୍କୁ ଆହୁରି ଆଗକୁ ବଢିବାର ସୁଯୋଗ ଦେଇଛି ଏବଂ ଏବେ ସେ ଆମଦାନୀ-ରପ୍ତାନୀର କାମରେ ମଧ୍ୟ ଯୋଡ଼ି ହୋଇ ଯାଇଛନ୍ତି। ସାନିଆ ନିଜର କ୍ୟାରିୟର ପାଇଁ ମହୁମାଛି ପାଳନକୁ ହିଁ କାହିଁକି ବାଛିଲେ , ଏହି ପ୍ରଶ୍ନର ଜବାବରେ ସେ କୁହନ୍ତି , କୋରାନରେ ମଧ୍ୟ ମହୁମାଛି ପାଳନ କଥା କୁହାଯାଇଛି। ଏଥିରେ କୌଣସି ଫରକ ପଡ଼େ ନାହିଁ କି ସେ ଜଣେ ଝିଅ , ଜରୁରୀ କୌଣସି କାମକୁ ସମ୍ଭାଳିବାର ସାହସ। 

ସାନିଆ କହିଛନ୍ତି କି ମହୁମାଛି ପାଳନ ଏକ ଏମିତି ବ୍ୟବସାୟ, ଯାହା ସହ ଔଷଧୀୟ ଗୁଣ ମଧ୍ୟ ଜଡ଼ିତ। ତାଙ୍କ ମତରେ କୌଣସି ବି ଯାତ୍ରା ସହଜ ହୋଇ ନଥାଏ , ବିଶେଷକରି କାଶ୍ମୀରରେ ଏବଂ ତାହା ବି ଜଣେ ମହିଳା ପାଇଁ। ପ୍ରାରମ୍ଭରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏମିତି କି ସଂପର୍କୀୟ ବନ୍ଧୁ ପରିଜନଙ୍କ ଠାରୁ ମଧ୍ୟ ଶୁଣିବାକୁ ମିଳି ଥିଲା , ହେଲେ ସେ କେବେ ସାହାସ ହାରି ନଥିଲେ।

ସାନିଆ କୁହନ୍ତି ଯେ , ଆଜି ସେ କେବଳ ଭଲ ଆମଦାନୀ କରୁନାହାନ୍ତି , ଏହାସହ ତାଙ୍କର ମହୁମାଛି ପାଳନର ବ୍ୟବସାୟ ତାଙ୍କୁ ଅନ୍ୟ କ୍ଷେତ୍ରରେ ମଧ୍ୟ ହାତ ଦେବାକୁ ସୁଯୋଗ ଦେଇଛି। ସାନିଆ ମହୁମାଛି ପାଳନରେ ବ୍ୟୁଟି ପ୍ରଡକ୍ଟସ , ମହମ ଓ ଗ୍ରୀନ୍‌ ପରାଗ ମଧ୍ୟ ତିଆରି କରିଥାନ୍ତି। ତାଙ୍କୁ ଏହା ମଧ୍ୟ କହିଛନ୍ତି କି ସରକାର ଏହି ବ୍ୟବସାୟ ପାଇଁ ପୂରା ସହାୟତା ପ୍ରଦାନ କରୁଛନ୍ତି ଏବଂ ଆଜି କେହି ବି ଏଥିରେ ଆଗକୁ ବଢି ପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.