ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ଏ ଆର୍ ରହମାନଙ୍କୁ ଖରାପ କମେଣ୍ଟ କରୁଥିବା ଲୋକଙ୍କୁ ବିରକ୍ତି ହେଲେ ପତ୍ନୀ ସାୟରା , କହିଲେ–ମୁଁ ତାଙ୍କୁ ବହୁତ ଭଲ ପାଏ

ମୁମ୍ୱାଇ : ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର ଏଆର ରହମାନ ଓ ତାଙ୍କ ପତ୍ନୀ ସାୟରା ବାନୋ ନିକଟରେ ନିଜର ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। କହିଛନ୍ତି, ସେମାନେ  ତାଙ୍କର ୨୯ ବର୍ଷର ବୈବାହିକ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନେଇଛନ୍ତି ନିଷ୍ପତ୍ତି। ଏହି ଘୋଷଣା ପରେ ସୋସିଆଲ ମିଡ଼ିଆରେ ଏଆର୍‌ ରହମାନଙ୍କୁ ନେଇ ଲୋକେ ଅନେକ ପ୍ରକାରର କମେଣ୍ଟ କରୁଛନ୍ତି। ଯେଉଁ ଦିନ ଏଆର ରହମାନ ପତ୍ନୀଙ୍କ ଠାରୁ ଅଲଗା ହେବାର ଘୋଷଣା କଲେ, ତାର କିଛି ସମୟ ପରେ ଏଆର ରହମାନଙ୍କର ଟିମ୍‌ର ମୋହିନୀ ଦେ ମଧ୍ୟ ସ୍ୱାମୀଙ୍କ ଠାରୁ ଅଲଗା ହେବାକୁ ଘୋଷଣା କରି ଥିଲେ। ଏହା ପରେ ସୋସିଆଲ ମିଡ଼ିଆରେ ଲୋକେ ଏଆର ରହମାନ ଓ ମୋହିନୀ ଦେ’ଙ୍କୁ ନେଇ ଲିଙ୍କଅପ୍‌ କରୁଛନ୍ତି। ଏବେ ଏହି ଖବର ଉପରେ ସାଇରା ବାନୋ ପ୍ରତିକ୍ରିୟା ଦେଇଛନ୍ତି। 

ସାୟରା ବାନୋ ନିଜର ପିଆରଙ୍କ ମାଧ୍ୟମରେ ଏକ ଭଏସ୍‌ ନୋଟ୍‌ ଜାରି କରିଛନ୍ତି। ଏହି ଭଏସ୍‌ ନୋଟ୍‌ରେ ସାୟରା ବାନୋ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍‌ ନାହିଁ ଏବଂ ସେ ନିଜର ଚିକିତ୍ସା ପାଇଁ ମୁମ୍ୱାଇରେ ଅଛନ୍ତି। ସାୟରା ବାନୋ କହିଛନ୍ତି , ମୁଁ ଏହି କାରଣରୁ ଏଆରଙ୍କ ଠାରୁ ବ୍ରେକ୍‌ ନେଉଛି। ମୁଁ ୟୁଟ୍ୟୁବର୍ସ ଓ ତାମିଲ ମିଡ଼ିଆକୁ ଅନୁରୋଧ କରୁଛି କି, ତାଙ୍କ (ଏଆର ରହମାନ) ବିଷୟରେ କିଛି ବି ଖରାପ ଟିପ୍ପଣୀ କର ନାହିଁ। ଏଆର ରହମାନ ଓ ମୋହିନୀ ଦେ’ଙ୍କ ଲିଙ୍କଅପ୍‌ ବିଷୟରେ କହି ସାୟରା ଏଆର ରହମାନଙ୍କୁ ବିଶ୍ୱର ସବୁଠୁ ଭଲ ମଣିଷ କହିଛନ୍ତି । ସେ କହିଛନ୍ତି, ମୋର ସ୍ୱାସ୍ଥ୍ୟଗତ କାରଣରୁ ମୋତେ ଚେନ୍ନାଇରୁ ଆସିବାକୁ ପଡ଼ିଲା। ଚେନ୍ନାଇରେ ତାଙ୍କର ବ୍ୟସ୍ତ ସିଡ୍ୟୁଲ କାରଣରୁ ଏହା ସମ୍ଭବ ହୋଇ ପାରି ନଥାନ୍ତା। 

ଏ ଆର ରହମାନ କେତେ ଭଲ ମଣିଷ , ଏ ବିଷୟରେ ଦର୍ଶାଇ ସାୟରା ବାନୋ କହିଛନ୍ତି ,ମୁଁ ତାଙ୍କ ଉପରେ ମୋ ଜୀବନକୁ ନେଇ ଭରସା କରୁଛି। ମୁଁ ତାଙ୍କୁ ଯେତିକି ଭଲ ପାଉଛି , ସେ ବି ମୋତେ ସେତିକି ଭଲ ପାଆନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ତାଙ୍କ ବିରୋଧରେ ମିଛ ଅଭିଯୋଗ କରିବା ବନ୍ଦ କରନ୍ତୁ । ଭଗବାନ ଭଲ କରିବେ ଏବଂ ମୋର ପ୍ରାର୍ଥନା କି ତାଙ୍କୁ ଏକୁଟିଆ ଛାଡ଼ି ଦିଆ ଯାଉ। 

ସାୟରା ସମସ୍ତଙ୍କୁ କହିଛନ୍ତି ତାଙ୍କର ଚେନ୍ନାଇ ଫେରିବାକୁ ଅପେକ୍ଷା କରନ୍ତୁ। ସେ କହିଛନ୍ତି , ଆମେ ଏବେ କିଛି ବି ଅଫିସିଆଲ ଭାବେ ଘୋଷଣା କରିନାହୁଁ । ସେ ନିଜ କଥାକୁ ଶେଷ କରିବା ବେଳେ କିଛି କଡ଼ା ଶବ୍ଦରେ କହିଛନ୍ତି , ତାଙ୍କ ଛବିକୁ ଖରାପ କରିବା ବନ୍ଦ କର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.