ପ୍ରମୂଖ ଖବର
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

କେବେ ପ୍ରକାଶ ପାଇବ ବରଗଡ଼ ଜିଲ୍ଲାର ୭ ସିବିଏସଇ ସ୍କୁଲର ପରୀକ୍ଷା ଫଳ !

Published By : Anindita Rath | May 17, 2025 10:44 AM

ବରଗଡ,୧୭/୦୫:  କେନ୍ଦ୍ରୀୟ ବୋର୍ଡ ୨୦୨୫ ଶିକ୍ଷାବର୍ଷର ଦ୍ବାଦଶ ଓ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇ ସାରିଛି  । ହେଲେ ଫଳାଫଳ ପ୍ରକାଶ ପାଇବାର  ୪ ଦିନ ପରେବି ବରଗଡ଼ ଜିଲ୍ଲା ଅଧିନସ୍ଥ ପଦ୍ମପୁର ଉପଖଣ୍ଡର ପ୍ରମୁଖ ୬ଟି ବିଦ୍ୟାଳୟ ସମେତ ଜିଲ୍ଲାର କିଛି ସ୍କୁଲର ଫଳାଫଳ  ପ୍ରକାଶ ପାଇ ନାହିଁ । ଯାହାକୁ ନେଇ ଛାତ୍ର ଛାତ୍ରୀ ଓ  ଅଭିଭାବକ ମଧ୍ୟରେ  ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ପଦ୍ମପୁର ପବ୍ଲିକ ସ୍କୁଲ ପରୀକ୍ଷା କେନ୍ଦ୍ରରେ ପାଇକମାଲ ବ୍ଲକର ଫ୍ରେଜରପୁର ଆଦର୍ଶ ବିଦ୍ୟାଳୟ , ରାଜବୋଡ଼ାସମ୍ବର ବ୍ଳକର ବାନ୍ଦୁପାଲି  ଆଦର୍ଶ ବିଦ୍ୟାଳୟ , ପଦ୍ମପୁର ପବ୍ଲିକ ସ୍କୁଲ, ଜେନିଥ ଲାୟନ୍ସ ଗୁରୁକୁଳ ବିଦ୍ୟାଳୟ ପଦ୍ମପୁର, ସୋହେଲା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗାଇସିଲେଟ ବ୍ଲକ ଆଦର୍ଶ ବିଦ୍ୟାଳୟ, ବରଗଡ ରେନବୋ ପବ୍ଲିକ ସ୍କୁଲ ଓ ଜିଷ୍ଟ ସ୍କୁଲର ୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ । ହେଲେ କାହାରି ଫଳାଫଳ ପ୍ରକାଶ ପାଇନାହିଁ। ରେଜଲ୍ଟରେ RE ବା ରେଜଲ୍ଟ ଲେଟର ଦେଖାଉଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଲେଣି । ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଚେଷ୍ଠା କରାଯାଉଛି ବୋଲି ସୂଚନା ଦେଇଥିଲେ ମଧ୍ୟ ୪ଦିନ ପରେବି ସ୍ଥିତି  ସମାନ ଥିବାରୁ ଓଡିଶା ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏହି ପରୀକ୍ଷା ଫଳ ନ ବାହାରିବା ନେଇ ପରଦା ପଛରେ କେଉଁ ଖଳନାୟକଙ୍କ ସଂପୃକ୍ତି ରହିଛି ତାହା ତଦନ୍ତ ହେବା ଉଚିତ ବୋଲି ଅଭିଭାବକ ମହଲର ଦାବି ବରଗଡ ପ୍ରଶାସନ ପାଇଁ ଆହ୍ୱାନ ପାଲଟିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.