ପ୍ରମୂଖ ଖବର
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ

Published By : Manoj | July 29, 2025 10:59 AM

ଭୁବନେଶ୍ୱର ୨୯/୦୭: ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ। ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରଖିଛି।  ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର,ଜଣେ ଏସ୍‌ଆଇ,୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । 

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ  R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ପଶିଥିଲା ଭିଜିଲାନ୍ସ। ଏକାକାଳୀନ ୧୦ ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ତିନି ମହଲା ବିଲ୍ଡିଂ, କସମୋପୋଲିସ୍‌ରେ ଦୁଇଟି ଫ୍ଲାଟ୍, ପାହଳ ସିମ୍ପୋନି ମଲରେ ଏକ ଦୋକାନ, ଡୁମୁଡୁମା ଦାମୀ ପ୍ଲଟ୍,ଜାଗମରା ବରବାରରେ ASN ଇନ୍‌ଫ୍ରାଷ୍ଟ୍ରକ୍ଟର କମ୍ପାନୀ,ଅଫିସ  ନୟାଗଡ଼ରେ ଘର, ସମ୍ପର୍କୀୟଙ୍କ ଘର ସହ ପଟିଆରେ ଥିବା ସମ୍ପର୍କୀୟ ଘରେ ରେଡ୍ କରିଛି ଭିଜିଲାନ୍ସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.