ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଅନ୍‌ଲାଇନ୍‌​‌ରେ ବୁକିଂ; ହଜାରେ ଦେଲେ ବିନା ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ, ଅବଢ଼ା କହି ଦେଉଛନ୍ତି ଭାତ, ଡ଼ାଲି

Published By : Manoj | July 29, 2025 10:20 AM

ପୁରୀ,୨୯/୦୭: ହଜାରେ ଟଙ୍କାରେ ଶ୍ରୀମନ୍ଦିରରେ  ମିଳିବ ଭିଆଇପି ଦର୍ଶନ ସୁବିଧା । ମହାପ୍ରଭୁଙ୍କୁ ଦର୍ଶନ  ଲାଗି ଆଉ ଧାଡିରେ ଠିଆ ହେବାକୁ ପଡ଼ିବନି । ତା  ସହିତ ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ମଧ୍ୟ ମିଳିବ ।  ଏସବୁ ସହିତ ଜଣେ ସେବକ ଆପଣଙ୍କ ପାଖରେ  ରହି ଶ୍ରୀମନ୍ଦିର ବିଷୟରେ ବୁଝାଇବେ ମଧ୍ୟ । ହରି ଓମ୍‌  ନାମକ ଏକ ଅନ୍‌ଲାଇନ ଆପ୍ଲିକେସନରେ ଏଭଳି ପ୍ରଚାର  କରାଯାଉଛି । ସାଧାରଣ ଭକ୍ତଟିଏ ମହାପ୍ରଭୁଙ୍କ ଶ୍ରୀମୁଖର ସାମାନ୍ୟ ଝଲକ ପାଇବାକୁ କଲବଲ ହେଉଥିବା ବେଳେ  ଅନ୍‌ଲାଇନରେ ହଜାରେ ଟଙ୍କା ଦେଲେ ସହଜ ଓ ସୁବିଧାରେ ଦର୍ଶନ ମିଳିବ ବୋଲି ବିଜ୍ଞାପନ କରାଯାଉଛି ।  

ଏହାକୁ ନେଇ ସେବାୟତ ଓ ପୁରୀ ବାସିନ୍ଦାଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ଦେଖିଯାଇଛି । ଏହି ଆପ୍‌ରେ ମୁଣ୍ଡ ପିଛା  ହଜାର ଟଙ୍କା ଦେଇ ସ୍ଲଟ ବୁକ୍‌ କଲେ ଦର୍ଶନ ବ୍ୟବସ୍ଥା  କରାଯାଉଛି । ସମୟ ଅନୁଯାୟୀ ସ୍ଲଟ୍‌ ବୁକ୍‌ ହେଉଛି । ଏହି  ଆପ୍‌ରେ ବୁକ୍‌ କଲେ ଧାଡିରେ ଠିଆ ହେବାକୁ ପଡ଼ିବନାହିଁ  ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ଭିତରେ  ଡାଲି ଓ ଭାତ ନଚେତ୍‌ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଉଛି । ମହାପ୍ରସାଦକୁ ଡାଲି ଭାତ କହି ଅପମାନ  କରାଯାଉଥିବା ଅଭିଯୋଗ ହୋଇଛି । ଏହି ସୁବିଧା ପାଇବାକୁ  ହେଲେ ଟାଇମ ସ୍ଲଟର ୩୦ ମିନିଟ୍‌ ପୂର୍ବରୁ ଶ୍ରୀମନ୍ଦିରରେ  ପହଞ୍ଚିବାକୁ ହେବ । ଏହା ସହ ସାଥୀରେ ଏକ ସରକାରୀ  ପ୍ରମାଣ ପତ୍ର ନେଇ ଆସିବାକୁ ହେବ ବୋଲି କୁହାଯାଇଛି । 

ଏନେଇ ଅସନ୍ତୋଷ ବ୍ୟକ୍ତ କରି ପୁରୀ ବାସିନ୍ଦା ସପନ  ତରାଇ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭିଆଇପିଙ୍କର  କରିଦେବାକୁ ଚକ୍ରାନ୍ତ ଚାଲିଛି । ଯିଏ ପ୍ରକୃତ ଭକ୍ତ ସେ  ପ୍ରଭୁଙ୍କ ଦର୍ଶନ ପାଉନି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର  ପ୍ରସାର କରୁଥିବା ବ୍ୟକ୍ତିକୁ ଅଣଦେଖା କରାଯାଉଛି।  ମହାପ୍ରଭୁଙ୍କୁ ଭିଆଇପିଙ୍କ ଠାକୁର କରିଦିଆଯାଇଛି ।  ଭିଆଇପିଙ୍କ ସୁବିଧା ଲାଗି ରଥଯାତ୍ରାରେ କିଭଳି ଅବ୍ୟବସ୍ଥା  ହେଲା ଏହା ସମସ୍ତେ ଦେଖିଛନ୍ତି । ପୁରୀ ବାସୀ ମହାପ୍ରଭୁଙ୍କୁ  ଦର୍ଶନ କରିବାକୁ ସମସ୍ୟା ଭୋଗୁଛନ୍ତି । ବରିଷ୍ଠ ନାଗରିକ,  ଭିନ୍ନକ୍ଷମ, ଶିଶୁ ଏମାନେ ଭୟରେ ଶ୍ରୀମନ୍ଦିର ଯାଉନାହାନ୍ତି ।  ଏପରି ସ୍ଥିତିରେ ଟଙ୍କା ଦେଲେ ଶ୍ରୀମନ୍ଦିରରେ ସହଜରେ  ଦର୍ଶନ ସୁବିଧା ଦେଉଥିବା ଏସବୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.