ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...

Published By : Manoj | July 29, 2025 8:10 AM

ପୁରୀ,୨୯/୦୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି  ଓ ଗଣତିମଣତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ  ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)  ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କେତେକ  ଫଟୋକୁ ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ ପୋଷ୍ଟ କରିଥିଲା । ଏହି ଫଟୋ ମଧ୍ୟରେ ଶ୍ରୀମନ୍ଦିର ପାଟଅଗଣା ସହ ରତ୍ନଭଣ୍ଡାର ସ୍ପଷ୍ଟ  ଦେଖାଯାଉଛି । ତେବେ ଏହି ଫଟୋ  ରତ୍ନଭଣ୍ଡାର ମରାମତି ପୂର୍ବର  ବୋଲି ଜଣାପଡ଼ୁଛି । 

ସେହିପରି ଭୋଗମଣ୍ଡପ ଦ୍ୱାର, ସାତପାହାଚ, ଘଣ୍ଟିଦ୍ୱାର ପ୍ରଭୃତି ମଧ୍ୟ ଫଟୋରୁ  ବେଶ ସ୍ପଷ୍ଟ ଜଣାପଡ଼ୁଛି । ଶ୍ରଦ୍ଧାଳୁଙ୍କ  ବିଶେଷ ଗହଳି ନଥିବା ସମୟରେ  ଏହି ଫଟୋ ଉଠାଯାଇଛି ।  ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିରର ଏଭଳି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା  ପରେ ଏହାକୁ ବୁଦ୍ଧିଜୀବୀମାନେ  ନାପସନ୍ଦ କରିଛନ୍ତି । ରାତି ପ୍ରାୟ  ୧୧ଟାରେ ଏହି ଫଟୋଗୁଡିକୁ ଏଏସଅଇ କର୍ତ୍ତୃପକ୍ଷ ଡିଲିଟ୍‌  କରି ଦେଇଛନ୍ତି । 

ଶ୍ରୀମନ୍ଦିର ସୁରକ୍ଷା ଓ ଭିତରର  ଧାର୍ମିକ ବାତାବରଣ ବଜାୟ  ରଖିବାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର  ଭିତରକୁ ମୋବାଇଲ, କ୍ୟାମେରା  ପ୍ରଭୃତି ନିଷିଦ୍ଧ କରାଯାଇଛି ।  ତେବେ ଏଏସ୍‌ଆଇ ଏହାକୁ ଦୃଷ୍ଟି  ନଦେଇ ଶ୍ରୀମନ୍ଦିର ଭିତର ଫଟୋ  ଉଠାଇ ସୋସିଆଲ ମିଡିଆରେ  ଛାଡ଼ିଥିଲା । ପୂର୍ବରୁ ଅନେକ ବ୍ୟକ୍ତି  ପ୍ରଶାସନିକ ଏହି ବାରଣ ନିର୍ଦ୍ଦେଶ  ନମାନି ଦଣ୍ଡ ପାଇଛନ୍ତି । ତେଣୁ  ଏଏସ୍‌ଆଇ କ୍ଷେତ୍ରରେ ଏହାକୁ  କିପରି କାର୍ଯ୍ୟାନୁଷ୍ଠାନ ହେଉଛି ତାହା  ଦେଖିବାର କଥା । 

ସେପଟେ ଏଏସ୍‌ଆଇ ଏହି ପୋଷ୍ଟରେ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ବିଶେଷ ଅବତାରଣା  କରିଛି । ମାର୍ଚ୍ଚ ୨୦୨୩ରେ ଟେକ୍ନିକାଲ କୋର  କନଜରଭେସନ କମିଟିର ପରାମର୍ଶ ମୁତାବକ  ଏଏସ୍‌ଆଇ ବଡ଼ଦେଉଳ ଓ ରତ୍ନଭଣ୍ଡାର  ମରାମତି ନିମନ୍ତେ ପଦକ୍ଷେପ ନେଇଥିଲା । ଭିତର  ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ଜିପିଆର  ସର୍ଭେ ୨୦୨୪ ସେପ୍ଟେମ୍ବରରେ ସରିଥିଲା ।  ଯାହା ପରେ ଏଠାରେ କୌଣସି ଗୁପ୍ତ କୋଠରୀ  ନଥିବା ଜଣାପଡ଼ିଥିଲା । ଏହା ପରେ ଉକ୍ତ ବର୍ଷ  ଡିସେମ୍ବର ୧୭ରେ ମରାମତି ଓ ସଂରକ୍ଷଣ କାମ  ଆରମ୍ଭ ହୋଇଥିଲା । ଦୁଇଟି ପର୍ଯ୍ୟାରେ ମିଳିଥିବା  ସମୟ ସୀମା ଭିତରେ ରତ୍ନଭଣ୍ଡାର ମରାମତି  ଓ ସଂରକ୍ଷଣ କାମ ସରିଥିଲା । ରତ୍ନଭଣ୍ଡାର  ପ୍ଲାଷ୍ଟର ଛଡ଼ାଇବା ସମେତ ଛାତ, କାନ୍ଥ, ପୀଢ଼,  ଚଟାଣ ପ୍ରଭୃତି ଅନ୍ୟାନ୍ୟ କାମ ଏହି ସମୟରେ  ହୋଇଥିଲା । ଖରାପ ହୋଇଥିବା ପୁରୁଣା ଲୁହା  ବିମ୍‌କୁ ବଦଳାଇ ଷ୍ଟେନଲେସ୍‌ ଷ୍ଟିଲ୍‌ ବକ୍ସ ବିମ୍‌  ଦିଆଯାଇଥିଲା ବୋଲି ଏହି ପୋଷ୍ଟରେ ଏଏସ୍‌ଆଇ  ସଂକ୍ଷେପରେ ଉଲ୍ଲେଖ କରିଛି । 

ଏ ସମ୍ପର୍କରେ  ଶ୍ରୀମନ୍ଦିର ପୁରୋହିତ ବିଶ୍ୱଜିତ ମହାପାତ୍ର କହିଛନ୍ତି,  ଏଏସ୍‌ଆଇ ଏଭଳି ଫଟୋ ପୋଷ୍ଟ କରିବା ଠିକ୍‌  ହୋଇନାହିଁ । ଓଡ଼ିଶା ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ  ଡ. ଡି ବି ଗଡ଼ନାୟକଙ୍କୁ ପଚରାଯିବାରେ ସେ କହିଥିଲେ, ଏଭଳି ଫଟୋ ପୋଷ୍ଟ ନ କରିବାକୁ  ମୁଖ୍ୟାଳୟକୁ ପରାମର୍ଶ ଦିଆଯାଇଥିଲା । ତଥାପି ମୁଖ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରାଯାଇଛି । ଏନେଇ ପ୍ରଶାସନ ଯାହା କିଛି ପଦକ୍ଷେପ ନିଆଯିବ ତା ଉପରେ ମୁଖ୍ୟାଳୟ ପକ୍ଷରୁ ଉତ୍ତର ରଖାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.