ନୂଆଦିଲ୍ଲୀ,୦୩/୦୫: ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ପାକିସ୍ତାନ ସହ ସବୁ ବାଣିଜ୍ୟ କାରବାର ଛିନ୍ନ କରିଛି ଭାରତ । ପାକିସ୍ତାନ ସହ ସବୁ ପ୍ରକାର ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବ୍ୟାନ୍ ହୋଇଛି । ଏ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି ଡିଜିଏଫଟି ।
ଭାରତ ପକ୍ଷରୁ କୂଟନୈତିକ ସହିତ ଆର୍ଥିକ ଏବଂ ବ୍ୟବସାୟିକ ମଞ୍ଚରେ ମଧ୍ୟ ପାକିସ୍ତାନ ଉପରେ ପଦକ୍ଷେପ ଗ୍ରହଣ ହୋଇଛି । ପାକିସ୍ତାନ ଉପରେ ଭାରତ ଆଉ ଏକ ଷ୍ଟ୍ରାଇକ୍ କରି ବାଣିଜ୍ୟ କାରବାର ବନ୍ଦ କରିଛି । ପାକିସ୍ତାନରୁ ଆସୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ ବର୍ତ୍ତମାନଠୁ ପ୍ରତିବଦ୍ଧକ ଲଗାଯାଇଛି । ଆମଦାନୀ ବନ୍ଦ କରିବାକୁ ନିଷ୍ପତି ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେ ୨ରେ ଜାରି ନିର୍ଦ୍ଦେଶନାମା ଅନୁସାରେ, ଏହି ନିଷ୍ପତ୍ତି ବୈଦେଶିକ ବାଣିଜ୍ୟିକ ପଲିସି (ଏଫଟିପି)ରେ ସଂଶୋଧନ କରାଯାଇଛି । ଏହି ପ୍ରତିବନ୍ଧକ ଲଗାଯିବା ଫଳରେ ଏବେ ପାକିସ୍ତାନରୁ କିଛି ବି ସାମଗ୍ରୀ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଭାରତକୁ ଆସିପାରିବ ନାହିଁ । ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ବିଦେଶ ବ୍ୟାପାର ମହାନିର୍ଦ୍ଦେଶକ (DGFT) ।
Direct or indirect Import or transit of all goods originating in or exported from Pakistan, whether or not freely importable or otherwise permitted, shall be prohibited with immediate effect. pic.twitter.com/KBamc3DhdW
— ANI (@ANI) May 3, 2025
Direct or indirect Import or transit of all goods originating in or exported from Pakistan, whether or not freely importable or otherwise permitted, shall be prohibited with immediate effect. pic.twitter.com/KBamc3DhdW
— ANI (@ANI) May 3, 2025
କହି ରଖୁ କି, ଗତ ଏପ୍ରିଲ ୨୨ରେ ଜମ୍ମୁ କଶ୍ମୀର ପହଲଗାମର ବୈସନର ଘାଟିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଦୁଇ ଦଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ପ୍ରଥମେ ୱାଟର ଷ୍ଟ୍ରାଇକ୍ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିଥିଲା । ଏହା ପରେ ଡିଜିଟାଲ ଷ୍ଟ୍ରାଇକ୍ରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅଭିନେତାଙ୍କ ୟୁଟ୍ୟୁବ ଓ ଏକ୍ସ ଆକାଉଣ୍ଟ ବ୍ଲକ କରିଥିଲେ । ସେହିପରି ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ସହ ଅଟାରୀ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।