ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ଜାତି ଜନଗଣନା କ’ଣ ? ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?

Published By : Prameya | May 2, 2025 3:42 PM

ନୂଆଦିଲ୍ଲୀ, ୨।୫: ପହଲଗାମ ଆତଙ୍କୀ ଆକ୍ରମଣ ପରେ କ୍ୟାବିନେଟ୍ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ଭାରତରେ ଜାତି ଜନଗଣନା ହେବା ନେଇ ଘୋଷଣା କରିଥିଲେ । ତେବେ ଏହି ଜାତି ଜନଗଣନା କ’ଣ ? ଜାତି ଜନଗଣନା ହେଉଛି ଏକ ସରକାରୀ ପ୍ରକ୍ରିୟା, ଯେଉଁଥିରେ କୌଣସି ଦେଶର ଜନସଂଖ୍ୟାକୁ ତାଙ୍କର ଜାତି, ଉପ-ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଶ୍ରେଣୀଭୁକ୍ତ କରି ତଥ୍ୟ ସଂଗ୍ରହ କରାଯାଏ । ଜାତି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ ବିକାଶ ପାଇଁ ନୀତି ନିର୍ମାଣ କରିବା ସହ ସମାଜର ବିଭିନ୍ନ ଜାତି ଗୋଷ୍ଠୀଙ୍କ ପରିସ୍ଥିତି ଓ ଆବଶ୍ୟକତା ବୁଝିବା । ଭାରତରେ, ଜାତି ଜନଗଣନା ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଏବଂ ଅନ୍ୟ ସମ୍ପ୍ରଦାୟଙ୍କୁ ଚିହ୍ନଟ କରିବା ପାଇଁ କରାଯାଏ ।

ଭାରତରେ ଏହି ଜାତି ଜନଗଣନା କିପରି ହୁଏ ?

ଭାରତର ଜନଗଣନା କାର୍ଯ୍ୟ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନସସ କମିଶନର ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ହୁଏ । ଜାତି ଜନଗଣନା କରିବା ନେଇ ନିଷ୍ପତ୍ତି ସରକାରଙ୍କ ନୀତି ଏବଂ ରାଜନୈତିକ ଆଲୋଚନା ଉପରେ ନିର୍ଭର କରେ । ଜନଗଣନା କର୍ମଚାରୀମାନେ ଯେପରିକି ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ ଘରେ ଘରେ ଯାଇ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି । ଏଥିରେ ଜାତି, ଧର୍ମ, ଶିକ୍ଷା, ଆୟ, ରୋଜଗାର ଏସବୁ ବିଷୟରେ ପ୍ରଶ୍ନ ପଚରାଯାଅଥାଏ । ଜାତି ଜନଗଣନା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଏ, ଯେଉଁଥିରେ ଜାତି ବା ଉପ-ଜାତି ସମ୍ପର୍କିତ ପ୍ରଶ୍ନ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଙ୍କୁ ସେମାନଙ୍କ ଜାତି କିମ୍ବା ସରକାରୀ ତାଲିକାରେ ଥିବା SC/ST/OBC ଶ୍ରେଣୀ ବିଷୟରେ ପଚରାଯାଇପାରେ ।

୨୦୨୧ ଜନଗଣନା ପାଇଁ ଡିଜିଟାଲ ଉପକରଣ ଯେପରିକି ମୋବାଇଲ ଆପ୍ ଏବଂ ଟାବଲେଟର ବ୍ୟବହାର ପାଇଁ ଯୋଜନା କରାଯାଇଥିଲା । ସଂଗୃହୀତ ତଥ୍ୟକୁ ଡିଜିଟାଲ ଭାବେ ସଂରକ୍ଷଣ କରାଯାଇ ବିଶ୍ଲେଷଣ କରାଯାଏ । ଜାତି ଆଧାରିତ ତଥ୍ୟ ସରକାରୀ ତାଲିକା ଯେପରିକି SC/ST/OBC ସହ ମେଳାଇ ଯାଞ୍ଚ କରାଯାଏ । ଏହି ତଥ୍ୟ ଆଧାରରେ ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ରିପୋର୍ଟ ପ୍ରସ୍ତୁତ ହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.