ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

Pakistan: ପାକିସ୍ତାନ ବିପକ୍ଷରେ ଭାରତ ନେବ କଡା ପଦକ୍ଷେପ; ଏଫ୍ଏଟିଏଫ ଗ୍ରେ ଲିଷ୍ଟରେ ଆଡ କରିବାକୁ କରିବ ଅପିଲ

Published By : Bijay Swain | May 2, 2025 6:13 PM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ଉପରେ ଆର୍ଥିକ ସଂଙ୍କଟ ସୃଷ୍ଟି କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯୋଜନା କରୁଛି। ସୂତ୍ରରୁ ଜଣାପଡ଼ିଛି ଯେ ଭାରତ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ)ରେ ପୁଣି ଥରେ ଗ୍ରେ ଲିଷ୍ଟରେ ଆଡ କରିବା ପାଇଁ ଚେଷ୍ଟା ଜାରି ରଖିଛି। ଏହା ସହିତ, ଜୁଲାଇ ୨୦୨୪ରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ତରଫରୁ ପାକିସ୍ତାନକୁ ମିଳୁଥିବା ୭ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ୟାକେଜ ଉପରେ ମଧ୍ୟ ଭାରତ ପ୍ରଶ୍ନ ଉଠାଇବାକୁ ଯାଉଛି। ଏହି ଅର୍ଥର ଦୁରୁପଯୋଗ କରି ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରୁଛି ବୋଲି ଆନ୍ତର୍ଜାତିୟ ସମୁଦାୟ ନିକଟରେ ଭାରତ ଅଭିଯୋଗ କରିବା ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି।

ଆପଣଙ୍କୁ ଜଣାଇ ରଖୁ ଯେ, ଆତଙ୍କୀ କର୍ଯ୍ୟକଳାପରେ ସାମିଲ ଥିବା ନେଇ ପାକିସ୍ତାନ ଗତ ଜୁନ ୨୦୧୮ ମସିହାରେ ଏଫ୍ଏଟିଏଫର ଗ୍ରେ ଲିଷ୍ଟରେ ସାମିଲ ହୋଇଥିଲା। କିନ୍ତୁ ଅକ୍ଟୋବର ୨୦୨୨ରେ ଆତଙ୍କବାଦୀ ଅର୍ଥପ୍ରଦାନ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ ପାକିସ୍ତାନ ଆଶ୍ୱସନା ଦେବା ପରେ ଏଥିରୁ ବାହାର କରାଯାଇଥିଲା। ଯଦି ପାକିସ୍ତାନକୁ ପୁନର୍ବାର ଗ୍ରେ ଲିଷ୍ଟରେ ସାମିଲ କରାଯାଏ, ତେବେ ଏହାର ଆର୍ଥିକ କାରବାର ଉପରେ ଅଧିକ ନିରୀକ୍ଷଣ କରାଯିବ। ଯାହା ଦ୍ୱାରା ପାକିସ୍ତାନରେ ହେଉଥିବା ବିଦେଶୀ ନିବେଶ ସୀମିତ ହୋଇଯିବ। ଏହା ପାକିସ୍ତାନର ଅର୍ଥନୀତି ପାଇଁ ଏକ ବଡ଼ ଝଟକା ହେବ। କାରଣ ପୂର୍ବରୁ ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ସଙ୍କଟ ଦେଇ ଗତି କରୁଛି।

ଅନେୟପଟେ ଭାରତ ଆଇଏମଏଫରୁ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଆପତ୍ତି ଉଠାଇବାକୁ ଯୋଜନା କରୁଛି। ଭାରତର ଦାବି ଯେ ଏହି ଅର୍ଥ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ବ୍ୟବହୃତ ହେଉଛି। ଏହି ପଦକ୍ଷେପ ପାକିସ୍ତାନର ଆର୍ଥିକ ସ୍ଥିତିକୁ ଆହୁରି ଜଟିଳ କରିପାରେ। କାରଣ ଅତ୍ୟନ୍ତ ବ୍ୟପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫର ସହାୟତା ରାଶି ଉପରେ ହିଁ ନିର୍ଭର କରିଥାଏ। ଏମିତିରେ ବି ପାକିସ୍ତାନର ଜିଡିପି ଦୀର୍ଘ ଦିନ ହେବ ତଳମୁହାଁ ହୋଇ ରହି ଆସିଛି। ଯଦି ଆଇଏମଏଫରୁ ସହାୟତା ନମିଳେ ତେବେ ପାକିସ୍ତାନର ଅର୍ଥନୀତି ଏକ ପ୍ରକାରରର ଧ୍ୱଂସ ହୋଇଯିବ। 

ଏଫ୍ଏଟିଏଫରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରାଇବା ପାଇଁ ଭାରତକୁ ସଦସ୍ୟ ଦେଶମାନଙ୍କ ମଧ୍ୟରୁ ଯଥେଷ୍ଟ ସମର୍ଥନର ଆବଶ୍ୟକତା ରହିଛି। ମିଳିଥିବାଖବର ମୁତାବକ, ପହଲଗାମ ଆକ୍ରମଣ ପରେ ଭାରତ ୨୩ଟି ଏଫ୍ଏଟିଏଫ ସଦସ୍ୟ ଦେଶ ଯଥା ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସାଉଦି ଆରବ ଏବଂ ୟୁରୋପୀୟ କମିଶନଙ୍କଠାରୁ ସମବେଦନା ସନ୍ଦେଶ ପାଇସାରିଛି। ଏହା ଭାରତର କୂଟନୈତିକ ପ୍ରୟାସକୁ ଶକ୍ତି ଯୋଗାଇପାରେ ଅନୁମାନ କରାଯାଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ କିଛି ବଡ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି। ତେବେ ଏଫ୍ଏଟିଏଫର ଆଗାମୀ ପ୍ଲେନାରୀ ବୈଠକ ଆସନ୍ତା ଜୁନ ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଭାରତ ଏ ଦିଗରେ କିଛି ବଡ ପଦକ୍ଷେପ ଗ୍ରହଣ କରିବ ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.