ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଜଗନ୍ନାଥ ପ୍ରସାଦ ରେଞ୍ଜ ଅଫିସ ଉପରକୁ ବୋମା ମାଡ଼, କାରଣ ଅସ୍ପଷ୍ଟ

Published By : Suraj Kumar | June 16, 2025 7:33 PM

ଭଞ୍ଜନଗର,୧୬/୬- ସ୍ଥାନୀୟ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥ ପ୍ରସାଦ ରେଞ୍ଜ ଅଫିସ ଉପରକୁ ବୋମା ମାଡ଼। ଏ  ନେଇ ଜଗନ୍ନାଥ ପ୍ରସାଦ ଥାନାରେ ବନ ବିଭାଗ ପକ୍ଷରୁ  ଅଭିଯୋଗ କରାଯାଇଛି। ତେବେ ବୋମାମାଡ଼ର କାରଣ ସଂପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ରେଞ୍ଜ ଅଫିସ ଗେଟ୍ ସାଇଡ଼ରେ ଥିବା ଗୋଦାମ ଘର ଉପରେ ରବିବାର ରାତିରେ  ବୋମା ମାଡ଼ ହୋଇଥିଲା।  ଏଥିରେ ଗୋଦାମ ଘରର କବାଡ ଉଡି ଯାଇଛି। ଏଠାରେ ଶୋଇଥିବା କିଛି ବୁଲା କୁକୁର ମଧ୍ୟରୁ ଗୋଟିଏ କୁକୁର ମୃତ୍ୟୁ ଘଟିଚି। ତେବେ ଗୋଦାମ ଘରେ କିଛି ଭଙ୍ଗାରୁଜା ସାଇକେଲ ରହିଥିବାରୁ ବାସ୍ତବରେ କିଏ କାହିଁକି ସେହି ଗୋଦାମ ଘର ଉପରକୁ ଟାର୍ଗେଟ କରି ବୋମା ମାଡ଼ କଲା ତାର କାରଣ ଖୋଜା ଚାଲିଛି। ଅପରପକ୍ଷରେ ରେଞ୍ଜ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଏଭଳି ବୋମାମାଡ କରାଯାଇଥାଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ତେବେ ରବିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ସୋମବାର ଅପରାହ୍ନରେ ଏନେଇ ଥାନାରେ ଅଭିଯୋଗ କରାଯାଇଛି। ଡିଏଫଓ ବାହାରେ ଥିବା ବେଳେ ଏସିଏଫ୍ ରଶ୍ମି ରଞ୍ଜନ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟ ପକ୍ଷରେ ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ପରଖିଛି। ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି। ଏ ସଂପର୍କରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହି ଘଟଣାକୁ ଅଧିକ ଗମ୍ଭୀରତାର ସହ ନେଇଥିବା କହିଛନ୍ତି। ରେଞ୍ଜ ଗଠନ ପରଠାରୁ କେବେ ଏଭଳି ଘଟଣା ଘଟିନଥିବା ବେଳେ ଏଭଳି କାହିଁକି ହେଲା ତାର କାରଣ ଖୋଜୁଛି ବନ ବିଭାଗ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.