ପ୍ରମୂଖ ଖବର
  • IAS ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ, ହାଇକୋର୍ଟ କରିଥିବା ଆବେଦନ ଖାରଜ, ୧୦ ହଜାର ଲାଞ୍ଚ ମାମଲାରେ ହୋଇପାରନ୍ତି ଗିରଫ
  • ||
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଡମ୍ପିଂ ୟାର୍ଡରେ ଯୁବକଙ୍କୁ ହତ୍ୟା ଘଟଣା: ମୃତକଙ୍କ ଭାଉଜ ସମେତ ପାଞ୍ଚ ଗିରଫ

Published By : Harapriya Sethi | June 19, 2025 2:24 PM

ରାଉରକେଲା, ୧୯/୦୬: ସୁନ୍ଦରଗଡ଼ ପୁଲିସକୁ ବଡ଼ ସଫଳତା । ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଜିଆବାହାଲ ଡମ୍ପିଂ ୟାର୍ଡରେ ଯୁବକଙ୍କୁ ହତ୍ୟା ଘଟଣାର ଖୋଲିଲା ଗୁମର । ପତ୍ନୀ ଏବଂ ଭାଉଜଙ୍କୁ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଯୁବକ । ଏଥିରେ ଅତିଷ୍ଠ ହୋଇ ପଥରରେ ଛେଚି ମାରିଥିଲେ ଭାଉଜଙ୍କ ସମେତ ୫ ଜଣ । ଏହି ଘଟଣାରେ ମୃତକଙ୍କ ଭାଉଜ ସମେତ ପାଞ୍ଚ ଜଣକୁ ଗିରଫ କରାଯାଇଥିବା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଝାଡ଼ଖଣ୍ଡର ମୂଳ ବାସିନ୍ଦା ନିଲ୍‌ ଯୋଜୋ ଆଜକୁ ଦୀର୍ଘ ଦିନ ହେଲା ସ୍ତ୍ରୀ ତୁଲେନଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଭାଉଜ ଫୁଲମଣୀ ହୋର ତୁଲେନଙ୍କୁ ଗତ ୨୦୨୩ ମସିହାରେ ରାଉରକେଲା ନେଇ ଆସିଥିଲେ । ଏହି କଥାକୁ ନେଇ ନିଲ ପତ୍ନୀ ଓ ଭାଉଜଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ । ଘଟଣାର ପୂର୍ବ ଦିନ ଉଭୟଙ୍କୁ ରାସ୍ତାରେ ରୋକି ଧମକ ଦେଇଥିଲେ । ଯାହାକୁ ନେଇ ଗତ ରବିବାର ଫୁଲମଣୀ ନିଜ କକା ସହ ମିଶି ନିର୍ମଳ ଟପୋ, ସୁନୀଲ ମୁଣ୍ଡା, ମାନସିଦ ମୁଣ୍ଡା, ଆରବୀନ ସୂରିନ ସହଯୋଗରେ ପଥର ଛେଚି ନିଲଙ୍କୁ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ କରାଯାଇଛି । 

କହିରଖୁ କି, ଗତ ରବିବାର  ରାତି ପ୍ରାୟ ୮ଟାରେ କିଛି ଯୁବକ ନିଲ୍‌ଙ୍କୁ ଘର ସମ୍ମୁଖରେ ଗାଳିଗୁଲଜ କରି ମାଡ଼ ମାରିଥିଲେ । ପରେ ସେଠାରୁ ସମ୍ପୃକ୍ତ   ଯୁବକମାନେ ନିଲ୍‌ଙ୍କୁ ସ୍ଥାନୀୟ ଡିମ୍ପିଂୟାର୍ଡ  ସାଇଡିଂକୁ ଘୋଷାଡ଼ି ନେଇଥିଲେ । ସେଠାରେ ନିଲ୍‌ଙ୍କ ମୁହଁରେ ପଥରରେ ଛେଚିଥିଲେ । ରକ୍ତାକ୍ତ ଅବସ୍ଥାରେ ନିଲ୍‌ ତଳେ ପଡ଼ିଯିବା ପରେ ସମ୍ପୃକ୍ତ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ । ରାତି ପ୍ରାୟ ୯ଟାରେ ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇବା ପରେ ଡମ୍ପିଂୟାର୍ଡ ସାଇଡିଂକୁ ଯାଇଥିଲା । ସେଠାରେ ନିଲ୍‌ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.