ପ୍ରମୂଖ ଖବର
  • IAS ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ, ହାଇକୋର୍ଟ କରିଥିବା ଆବେଦନ ଖାରଜ, ୧୦ ହଜାର ଲାଞ୍ଚ ମାମଲାରେ ହୋଇପାରନ୍ତି ଗିରଫ
  • ||
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଡାଇରିଆ ପ୍ରତିରୋଧ ପାଇଁ ରାଉରକେଲାର ବିଭିନ୍ନ ହୋଟେଲରେ ଚଢାଉ, ୨୦ କିଲୋ ବାସି ଖାଦ୍ୟ ନଷ୍ଟ

Published By : Rasmita Pradhan | June 19, 2025 12:37 PM

ରାଉରକେଲା, ୧୯/୦୬: ବେକାବୁ ଡାଇରିଆ। ଝାଡ଼ାବାନ୍ତି ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଉରକେଲାରେ ପ୍ରଶାସନ ପକ୍ଷରୁ ପ‌୍ରତିରୋଧକ ପଦକ୍ଷେପ ଗ୍ରହଣ କରାଯାଉଛି। ବୁଧବାର ମହାନଗର ନିଗମର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏସବିଆଇ ଏବଂ ସିଭିଲ୍ ଟାଉନସିପ୍ ଅଞ୍ଚଳର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଗୁଣାତ୍ମକ ବିଶ୍ଳେଷଣ ପାଇଁ ୬ଟି ଜଳ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କୁ ମୌସୁମୀ ଋତୁ ପାଇଁ ପ୍ରତିରୋଧୀ ପଦକ୍ଷେପ ବିଷୟରେ ସଚେତନ କରାଯାଇଥିଲା। ବିନା ଲାଇସେନ୍ସରେ ପରିଚାଳିତ ହୋଟେଲ ଗୁଡ଼ିକୁ ନୋଟିସ ଜାରି କରାଯାଇଥିଲା। ଗତକାଲି ଚଢ଼ାଉରେ ପ୍ରାୟ ୨୦ କିଲୋଗ୍ରାମ ବାସି / ସଂକ୍ରମିତ ଖାଦ୍ୟ ନଷ୍ଟ କରାଯାଇଥିଲା। 

ରାଜ୍ୟରେ ଝାଡାବାନ୍ତି ଥମିବାର ନାଁ ଧରୁନି । ଜିଲ୍ଲାକୁ ଜିଲ୍ଲା ରୋଗ ଡେଉଁଥିବା ବେଳେ ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନ ୮ଟି ଜିଲ୍ଲାରେ ଝାଡାବାନ୍ତି ସକ୍ରିୟ ରହିଛି। ଯାଜପୁରରେ ଝାଡାବାନ୍ତି ବ୍ୟାପିବା ପଛରେ ଦୂଷିତ ପାଣି ଦାୟୀ ବୋଲି ଯାଜପୁରରୁ ଫେରିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.