ବଲାଙ୍ଗିର,୨୦/୬ : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡାମ୍ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜିଛନ୍ତି । କହିଛନ୍ତି , ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟରେ ଏକ ବର୍ଷର ଡବଲ ଇଞ୍ଜିନ ସରକାରଠାରୁ ରାଜ୍ୟବାସୀ ଅନେକ ଆଶା କରିଥିଲେ । ଦୁର୍ନିତି ବିରୁଦ୍ଧରେ ସୂନ୍ୟ ସହନଶିଳତା ହେଉ କି ଚିଟ ଫଣ୍ଡ ଜମାକାରିଙ୍କୁ ଟଙ୍କା ଫେରସ୍ତ ସବୁ ଥିରେ ଫେଲ ମାରିଛି ଡବଲ ଇଞ୍ଜିନ । ଦୁଇ ବର୍ଷରେ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବାର ପ୍ରତିଶ୍ରୁତି ଦେଇ ବର୍ଷ ପରେ ୫ହଜାରର ଦୁଇଟି କିସ୍ତି ପ୍ରଦାନ କରି ମହିଳାଙ୍କୁ କରିଛି ପ୍ରତାରଣା । ଡବଲ ଇଞ୍ଜିନ ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଏକ ବର୍ଷ ଭିତରେ ଅନେକ ପ୍ରତାରଣା କରିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀର ଗର୍ଜିଛନ୍ତି ।
ଶ୍ରୀ କାଡାମ୍ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀଙ୍କ ନାଁ ନେଇ ବିଜେପି ସରକାର ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ଜଳ, ଜଙ୍ଗଲ, ଜମି ରେ ଥିବା ଆଦିବାସୀଙ୍କ ଅଧିକାର ରୁ ଆଦିବାସୀଙ୍କୁ ବଂଚିତ କରୁଛନ୍ତି । ଦୁର୍ନିତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ନାରା ଦେଉଥିବା ସରକାର ଖୁଦ୍ ଦୁର୍ନିତି କରୁଛନ୍ତି । ଗରିବଙ୍କୁ ୩୦୦ ୟୁନିଟର ବିଜୁଳି ପ୍ରଦାନରେ ସରକାର ପ୍ରତାରଣ କରିଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରତାରଣା ଉଚିତ ଜବାବ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଥିଲେ । ପ୍ରାରମ୍ଭରେ ଆଜି ଗତ ନିର୍ବାଚନରେ କଂଗ୍ରେସ ଦଳର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଥିବା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭିକ ସୂଚନା ଦେବା ସହ ଏ ଡବଲ ଇଞ୍ଜିନ ସରକାର କିପରି ଗରିବଙ୍କୁ ନା ନେଇ ପୁଞ୍ଜିପତିଙ୍କ ପାଇଁ କାମ କରୁଛି ନିଜ ବକ୍ତବ୍ୟରେ କହିଥିଲେ । ବଲାଙ୍ଗିର ଲୋକଙ୍କୁ ଲୋୟର ସୁକତେଲ ଭଳିଆ ଜଳସେଚନ ପ୍ରକଳ୍ପରୁ ପାଣି ଦେବା ବଦଳରେ ତାର ଅବବାହିକାରେ ଥିବା ଖଣିକୁ ବେଆଇନ ଭାବେ ପୁଞ୍ଜିପତିଙ୍କୁ ଟେକି ଦେବାର ସମସ୍ତ ରାସ୍ତା ତିଆରି ହୋଇସାରିଲାଣି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ।
ଏହା ସହ ବିଧାନସଭାରେ ଲୋକଙ୍କ ଦାବି ତଥା ମହିଳା ସୁରକ୍ଷାକୁ ନେଇ ଆନ୍ଦୋଳନବେଳେ ନିଲମ୍ବନ କରାଯାଇଥିବା ଘଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ କର୍ମୀଙ୍କୁ ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢେଇରେ ଆହୁରି ବଳ ଯୋଗାଇବ ବୋଲି କୁହାଯାଇଥିଲା । ବିନା ପଲ୍ଲିସଭା ଗ୍ରାମସଭାରେ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରାଯିବାର ଷଡଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ନେତାମାନେ କହିଥିଲେ ।