ପ୍ରମୂଖ ଖବର
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ବେଲଗାଁ ପୁରୁଣା ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Rasmita Pradhan | June 18, 2025 2:39 PM

ସଇଁତଳା, ୧୮/୦୬ : ତେଲ୍ ନଦୀ ପୁରୁଣା ବ୍ରିଜ‌୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। ବିଷ ପିଇ ଆତ୍ମହତ୍ୟା କରିଥିବେ ସନ୍ଦେହ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଉଛନ୍ତି ରେଙ୍ଗାଲି ଗ୍ରାମର ଶୁକଦେବ ପ୍ରଧାନ (୩୫ ବର୍ଷ)।

ସୂଚନା ଅନୁସାରେ, ଶୁକଦେବ ପାରିବାରିକ କଳହରୁ ସଇଁତଳା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରକୁ ଦୁଇ ଦିନ ତଳେ ସ୍ତ୍ରୀ ଆରତୀ ସାହୁ ଓ ଦେଢ଼ ବର୍ଷର ଝିଅ ସହିତ ଚାଲିଆସିଥିଲେ। ଗତକାଲି ଗାଧୋଇ ଆସୁଛି କହି ଘରୁ ଚାଲିଆସିଥିଲେ ଆଉ ଫେରିନଥିଲେ। ବୁଧବାର ଦିନ ୧୦ଟା ବେଳେ କିଛି ଲୋକ ତେଲ୍ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରିଜ୍ ତଳେ ଶୁକଦେବ ପଡ଼ିଥିବା ଦେଖିଥିଲେ। ଯୁବକ ଜଣଙ୍କ ପାଖରେ ଏକ ବିଷ ବୋତଲ ପଡ଼ିଥିବା ବେଳେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବେଲଗାଁ ଫାଣ୍ଡି ଅଧିକାରୀ ଓ ସଇଁତଳା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ଶୁକଦେବଙ୍କ ମୃତଦେହ ନିକଟରେ ଏକ କୀଟନାଶକ ଔଷଧ ପଡ଼ିଥିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.