ପ୍ରମୂଖ ଖବର

ଖଲ୍ଲିକୋଟ ଅବକାରୀ ବିଭାଗର ଚଢ଼ଉ : ୩୪କୁଇଣ୍ଟାଲ ମହୁଲ ବସ୍ତା ଜବତ, ଜଣେ ଗିରଫ

Published By : Gurupada Nath | June 19, 2025 8:15 PM

ଖଲ୍ଲିକୋଟ,୧୯/୬ : ଖଲ୍ଲିକୋଟ ଅବକାରୀ ବିଭାଗ ଆଜି ବେଗୁନିଆପଡ଼ା ଥାନା ଅଞ୍ଚଳରେ ଚଢ଼ଉ କରି ୩୪କୁଇଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବେଗୁନିଆପଡ଼ା ଥାନା ଅନ୍ତର୍ଗତ କୁମାରିପାରୀ ନୂଆଁ ଗାଁରେ ଏକ ଘରେ ବିପୁଳ ପରିମାଣର ମହୁଲ ଗଚ୍ଛିତ ଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଆଜି ଅପରାହ୍ନରେ ଗଞ୍ଜାମ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଅବକାରୀ ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶିଙ୍କ ତତ୍ତ୍ବାବଧାନରେ ଖଲ୍ଲିକୋଟ ଅବକାରୀ ଆଦର୍ଶ ଥାନା ଅଧିକାରିଣୀ ତେଜସ୍ଵୀନି ପ୍ରଧାନ ଅବକାରୀ ଟିମ୍ ସହ କୁମାରିପାରୀ ନୂଆଁ ଗାଁରେ ଚଢଉ କରିଥିଲେ । ଏହି ଚଢଉରେ ୩୪କୁଇଣ୍ଟାଲ ମହୁଲ ବସ୍ତା ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ବ୍ୟକ୍ତି ଜଣଙ୍କ ଦଣ୍ଡପାଣି ବେହେରା ବୋଲି ଜଣା ପଡ଼ିଛି । ଗିରଫ ହୋଇଥିବା ଦଣ୍ଡପାଣି ବେହେରାଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଅବକାରୀ ଆଦର୍ଶ ଥାନା ଅଧିକାରିଣୀ ତେଜସ୍ଵୀନି ପ୍ରଧାନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.