ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ମାନବିକତା ଦେଖାଇଲେ ବିମାନ କର୍ମଚାରୀ, ମଝି ଆକଶରେ ସନ୍ତାନ ଜନ୍ମ ଦେଲେ ମହିଳା

Published By : Krishna Priya | July 25, 2025 9:06 AM

ନୂଆଦିଲ୍ଲୀ ୨୫/୦୭: ମଝି ଆକାଶରେ ପ୍ରସବ । ମସ୍କଟରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନରେ ଥାଇଲାଣ୍ଡର ଜଣେ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ଏହି ବିରଳ ଘଟଣା କେବଳ ମାନବତାର ପ୍ରତୀକ ନୁହେଁ, ବିମାନ କର୍ମଚାରୀଙ୍କ ତତ୍ପରତା ଓ ତାଲିମର ଉଦାହରଣ ବୋଲି ଚର୍ଚ୍ଚା ହେଉଛି । 

ବିମାନ ଉଡ଼ାଣ ସମୟରେ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହେବା ପରେ କ୍ୟାବିନ୍‌ କ୍ରୁ ନିଜର ଚିକିତ୍ସା ତାଲିମର ଉପଯୋଗ କରି ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କଲେ । ବିମାନରେ ଥିବା ଜଣେ ନର୍ସ ମଧ୍ୟ ସହଯୋଗ କଲେ, ଫଳରେ ସୁରକ୍ଷିତ ପ୍ରସବ ସମ୍ଭବ ହେଲା । ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ସ୍ଥିତି ବିଷୟରେ ସୂଚନା ଦେଲେ ଏବଂ ମୁମ୍ବାଇ ଏୟାରପୋର୍ଟରେ ବିମାନ ଅବତରଣର ଅନୁମତି ମାଗିଲେ ।

ଏୟାରପୋର୍ଟରେ ପୂର୍ବରୁ ମେଡିକାଲ ଟିମ୍‌ ଓ ଆମ୍ବୁଲାନ୍ସ ଉପସ୍ଥିତ ଥିଲେ । ଅବତରଣ ମାତ୍ରେ ମହିଳା ଓ ନବଜାତକକୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଗଲା । ଏୟାରଲାଇନ୍‌ର ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ହସ୍ପିଟାଲରେ ମୁତୟନ କରାଗଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏହି ସମଗ୍ର ସମନ୍ୱୟକୁ ‘ସାମୂହିକ କାମ ଓ କରୁଣାର ଉଦାହରଣ’ ବୋଲି କହିଛି । ମା’ ଓ ଶିଶୁକୁ ନିଜ ଦେଶକୁ ଫେରିବାରେ କୌଣସି ସମସ୍ୟା ନ ହେବା ପାଇଁ ଏୟାରଲାଇନ୍‌ ମୁମ୍ବାଇ ସ୍ଥିତ ଥାଇଲାଣ୍ଡ ବାଣିଜ୍ୟ ଦୂତାବାସକୁ ମଧ୍ୟ ଏ ବିଷୟରେ ସୂଚନା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.