ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଆଇସକ୍ରିମ୍‌ରୁ ବାହାରିଲା ମଣିଷ ଆଙ୍ଗୁଳି, ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ମହିଳା

ମୁମ୍ବାଇ: ଅନଲାଇନ୍‌ରେ ଆଇସକ୍ରିମ୍‌ ମଗାଇ ହଟହଟ୍ଟା ହେଲେ ମହିଳା । ଆଇସକ୍ରିମ୍‌ ଖୋଲି ଖାଇବା ବେଳକୁ ଏଥିରେ ବାହାରିଲା ମଣିଷ ଆଙ୍ଗୁଳି । ଆଇସକ୍ରିମ୍‌ରେ ମଣିଷର କଟା ଆଙ୍ଗୁଳି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମହିଳା । ଏପରିକି ଏହାକୁ ନେଇ ପୋଲିସ ଷ୍ଟେସନରେ ସେ ଅଭିଯୋଗ କରିଛନ୍ତି ।  

ସୂଚନା ଅନୁସାରେ,ମୁମ୍ବାଇର ମାଲଦା ଉପକଣ୍ଠରେ ଜଣେ ମହିଳା ‘ୟୁମୋ’ ଆଇସକ୍ରିମ ଦୋକାନରୁ ଏକ କୋନ୍ ଆଇସକ୍ରିମ ଅର୍ଡର୍ କରିଥିଲେ । ଅର୍ଡରର କିଛି ସମୟ ପରେ ଆଇସକ୍ରିମ ଡେଲିଭର ହୋଇଥିଲା । କିନ୍ତୁ ଖାଇବା ପାଇଁ ଯେତେବେଳେ ଆଇସକ୍ରିମକୁ ଖୋଲିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଇସକ୍ରିମ ଭିତରେ ଏକ କଟା ଆଙ୍ଗୁଳି ଥିବା ସେ ଅଭିଯୋଗ କରିଛନ୍ତି । ଏହା ପରେ ମହିଳା ଆଇସକ୍ରିମର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଇସକ୍ରିମ ଉପରି ଭାଗରେ ଏକ ମଣିଷ ଆଙ୍ଗୁଠି ଦେଖାଯାଉଥିବା ଜଣାପଡ଼ିଛି । 

ମହିଳା ଜଣଙ୍କ ଭୟଭୀତ ହେବା ସହ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ମାଲଦା ପୋଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପୋଲିସ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସହ କମ୍ପାନିର ଆଇସକ୍ରିମ୍‌କୁ ଫରେନ୍ସିକ୍‌ ଲ୍ୟାବକୁ ପଠାଯାଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.