ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଅଜା ପୂର୍ବତନ ମୁଖ୍ୟମନ୍ତ୍ରୀ, ନାତି ବଲିଉଡ ନାୟକ; 'ସ୍କାଏ ଫୋର୍ସ'ରେ କରୁଛନ୍ତି କମାଲ

Published By : Ankita S | February 9, 2025 11:24 AM

ମୁମ୍ବାଇ,୦୯/୦୨: ଗତମାସରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ 'ସ୍କାଏ ଫୋର୍ସ' ବକ୍ସ ଅଫିସରେ ଧମାଲ କରୁଛି । ମୋଟା ଅଙ୍କର ଆୟ ବି କରୁଛି । ଅକ୍ଷୟ କୁମାର ଓ ବୀର ପହରିଆଙ୍କ ଅଭିନୀତ ଏହି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ରିଲଜ ହେବାର ୧୦ ଦିନରେ ୧୫୩ କୋଟି ରୋଜଗାର କରିଥିଲା ଫିଲ୍ମ 'ସ୍କାଏ ଫୋର୍ସ' । ଏଥିରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ବୀର ପହରିଆ କିଏ ଜାଣିଛନ୍ତି କି ?  ବଲିଉଡରେ ସେ କିପରି ପାଦ ଥାପିଥିଲେ ଅଭିନେତ୍ରୀ ସାରାଙ୍କ ସହ ତାଙ୍କୁ କଣ ଥିଲା ଚର୍ଚ୍ଚାରେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

କିଏ ବୀର ପହରିଆ ?  ବଲିଉଡ ଫିଲ୍ମ 'ସ୍କାଏ ଫୋର୍ସ'ରେ ବୀର ପହରିଆଙ୍କର ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି । ତାଙ୍କ ଅଜା ରାଜନୀତିର ଜଣେ ଜଣାଶୁଣା ବ୍ୟକ୍ତିତ୍ବ । ଏବେ ନାତି ବୀର ପହରିଆ ବଲିଉଡର ନାୟକ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ନାତି ବୀର ପହରିଆ ନିକଟରେ ରିଲିଜ ହୋଇଥିବା 'ସ୍କାଏ ଫୋର୍ସ'ରେ ଅକ୍ଷୟ କୁମାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ବୀର ପହରିଆଙ୍କ ବାପା ସଞ୍ଜୟ ପହରିଆ ମୁମ୍ବାଇର ଜଣେ ବିଜନେସ ଟାଇକୁନ । ଅନ୍ୟ କଳାକାରଙ୍କ ପାଇଁ ବଡି ଡବଲ ବା ଡୁପ୍ଲିକେଟ୍ ବନୁଥିବା ୩୦ ବର୍ଷୀୟ ବୀର ପହରିଆଙ୍କୁ ପ୍ରଥମ ଥର ଲାଗି ଜଣେ ନାୟକ ଭାବେ ପରଦାରେ ଦେଖିବାକୁ ମିଳିଛି । 

ଏହା ବି ପଢନ୍ତୁ...ବକ୍ସ ଅଫିସରେ ମୋଟା ଅଙ୍କର ଆୟ କରୁଛି ଫିଲ୍ମ 'ସ୍କାଏ ଫୋର୍ସ', ୧୦ ଦିନରେ ୧୫୩ କୋଟି ରୋଜଗାର


'ସ୍କାଏ ଫୋର୍ସ' ରେ ନାୟକ ହେବା ପୂର୍ବରୁ ବୀର ଏକ ପିଲ୍ମରେ ସହ-ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଖାଲି ସେତିକି ନୁହେଁ ଜଣାଶୁଣା ଅଭିନେତା ବରୁଣ ଧାୱନଙ୍କ ବଡି ଡବଲ ମଧ୍ୟ ହୋଇ ସାରିଛନ୍ତି । ବ୍ୟବସାୟୀ ସଞ୍ଜୟ ପହରିଆ ଓ ସ୍ମୃତି ସିନ୍ଦେଙ୍କ ପୁଅ ବୀର ମୁମ୍ବାଇର ଧୀରୁଭାଇ ଆମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ପରେ ଲଣ୍ଡନର ରିଜେଣ୍ଟ ବିଶ୍ବ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ଅଭିନୟରେ ଏଣ୍ଟ୍ରି କରିବା ପୂର୍ବରୁ ୨୦୨୨ରେ ଫିଲ୍ମ 'ଭେଡିଆ'ରେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ବାସ୍ତବ ଜୀବନରେ ଦୁହିଁଙ୍କର ବ୍ରେକଅପ୍ ହୋଇ ସାରିଥିବା ବେଳେ  'ସ୍କାଏ ଫୋର୍ସ' ରେ ଦୁହେଁ ଏକାଠୀ ନଜର ଆସିଛନ୍ତି । ଫିଲ୍ମରେ ଦୁହିଁଙ୍କର ରୋମାନ୍ସ ଦେଖିବାକୁ ପାଇଛନ୍ତି ଦର୍ଶକ । ନାୟକ ହିସାବରେ 'ସ୍କାଏ ଫୋର୍ସ'ରେ ଜବରଦସ୍ତ ଆକ୍ଟିଂ କରିଛନ୍ତି ବୀର । ଅଭିଷେକ ଅନୀଲ କପୁର ଓ ସନ୍ଦୀପ କିୱାଲାନିଙ୍କ ନିର୍ଦ୍ଦେଶିତ 'ସ୍କାଏ ଫୋର୍ସ' ୧୯୬୫ ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଆଧାରିତ ହୋଇଛି । ଫିଲ୍ମରେ ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ, ନିମରିତ କୌର ପ୍ରମୁଖ ଅଭିନୟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.