ବରଗଡ଼,୧୭/୬ : ବରଗଡ଼ ଜିଲ୍ଲାର ଦୁସରା ପରିଚୟ ରହିଛେ ଡ଼ାଲୁଆ ଧାନ ଚାଷ । ଯାହାକେ ଚେକଡ଼େମ, ବୋରୱେଲ, ଡ଼ଗୱେଲ, ଗଙ୍ଗାଧର ମେହେର ଉଠା ଜଳସେଚନ ସାହାଯ ହେଲା ପରେ ଡ଼ାଲୁଆ ଉତ୍ପାଦନ ଦୁଇଗୁଣ ବଢ଼ିଯାଇଛେ । କିନ୍ତୁ ସେ ହିସାବେ ଉଠାବାର ଯୋଜନା ନାଇଁ କରବାର ଲାଗି ଆଏଜ ଜିଲ୍ଲାସାରା ଗଦା ଗଦା ଧାନ ଅବିକ୍ରୀ ଭାବେ ପଡ଼ିରହିଗଲାନ । ଅଦିନିଆଁ ବରଷା, ଗଜାମରଡ଼ି ଲାଗି ରହୁଥିଲେବି ମାନର ଧାନ ଏଫଏକ୍ୟୁ ବଜାୟ ରଖୁଛେ । କିନ୍ତୁ ସରକାରୀ ଅବ୍ୟବସ୍ଥା ଲାଗି ଧାନ ଠିକ ହିସାବେ ନାଇଁ ଉଠବାର । ଡ଼ିସକଲର, ମଏଶ୍ଚର, ଜରିବେଗ ନାଁ ଥି ହେଉଥିବାର କଟନୀଛଟନୀକେ ଇଚ୍ଛା ନାଇଁ ଥିଲେବି ଚାଷୀ ହଁ ବଲୁଥିଲେବି ଧାନ ଠିକଭାବେ ନାଇଁ ଉଠବାର । ଉଲଟା ପଡୋଶୀ ରାଜ୍ୟ ଛତିଶଗଡ଼ର ଧାନ ବରଗଡ଼ ଜିଲ୍ଲାକେ ଢ଼ୁକି ଆସୁଥିବାର ଲାଗି ଇନିର ଚାଷୀମାନେ ଅଣ୍ଡରରେଟର ଶୀକାର ହେଉଛନ୍, ବରବାଦ୍ ହେଉଛନ୍, କ୍ଷତିଗ୍ରସ୍ତ ହେଉଛନ୍ । ଯାହାକେ ନେଇ କରି ଇନିର ଚାଷୀ ଆରୁ ଚାଷୀ ସଙ୍ଗଠନମାନେ ବାରମ୍ବାର ଆପତ୍ତି, ଆନେ୍ଦାଳନ କଲେବି ସରକାର ଇ କାନୁ ଶୁନି କରି ସେ କାନେ ବାହାରେ କରିଦେଉଛନ୍ । ଯା’ରଲାଗି ବରଗଡ଼ିଆ ଚାଷୀମାନେ ଲଗତରନିଆଁ ହେଇଗଲେନ । ବିହାବଡ଼ୁ, ପିଲାକର ପଢ଼ାଶୁନା ତ ଦୂରର କଥା, ସାର ବିହନ ଲାଗବାଡ଼ି ସୁଝି ନାଇଁପାରବାର ।
ବରଗଡ଼ ଜିଲ୍ଲା ସୀମା ଦେଇ ପ୍ରତିଦିନ ଛତିଶଗଡ଼ରୁ ପସୁଥିବା ଧାନଟ୍ରକମାନ ସିଧା ଆସି ମିଲ ପଏଂଟରେ ଅନଲୋଡ଼ିଂ ହେଉଥିବାରୁ ବର୍ଷାଭିଜା, ଅଧିକ ଆର୍ଦ୍ରତା ଥିବା ବରଗଡ଼ିଆ ଧାନର ଚାହିଦା ସଙ୍କଟ ଦେଖା ଦେଇଛି । ଫଳରେ ଜିଲ୍ଲାର ଚାଷୀମାନେ ଘୋର ମାନସିକ ଦୁଶ୍ଚିନ୍ତା ଭିତରକୁ ଠେଲି ହୋଇଯାଇଥିବାରୁ ରମେଶ ମହାପାତ୍ର ଉଦବେଗ ପ୍ରକାଶ କରିଛନ୍ତି । ଏବଂ ମିଲ ପିଛା ଡ଼େଲି ୨/୩ ଟ୍ରକ ଧାନ ଛତିଶଗଡ଼ନୁ ବରଗଡ଼କେ ପଶୁ ଥିବାର ଲାଗି ଆମର ଧାନ ନାଇଁ ଉଠବାର । ଛତିଶଗଡ଼ିଆ ଧାନର ବରଗଡ଼ ପ୍ରବେଶ ପଛେ କାହାର ହାତ ଅଛେ, କିଏ ଇମାନକୁ ସୁରକ୍ଷା ଦେଉଛେ, କେନ ନେତାମାନକର ଛତ୍ରଛାୟା ତଲେ ମଧ୍ୟସ୍ଥି, ମିଲ ଏଜେଂଟ ଆରୁ ମିଲର୍ସମାନେ ମନମାନୀ ଚଲାଇଛନ, ତାର ଖୋଳତାଡ଼ କରି କାର୍ଯ୍ୟାନୁଷ୍ଠାନ ନିଅ । ନାଇଁ ହେଲେ ସଂଯୁକ୍ତ କୃଷକ ସଙ୍ଗଠନ ଫେର ଆନେ୍ଦାଳନକେ ଉତୁରିବା...ବୋଲି ଚେତାବନୀ ଦେବା ପରେ ଛତିଶଗଡ଼ିଆ ଧାନର ବରଗଡ଼ ପ୍ରବେଶ ପୁନର୍ବାର ଚର୍ଚ୍ଚାର ସୁଯୋଗ ସୃଷ୍ଟିକରିଛି ।
ଏଠାରେ ପ୍ରକାଶଥାଉକି, ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡି, ପିସିମାନଙ୍କରେ ଲକ୍ଷ ଲକ୍ଷ କ୍ୱିଂଟାଲ ଧାନ ଅବିକ୍ରୀ ଭାବେ ପଡ଼ି ରହିଥିବା ବେଳେ ସ୍ପଷ୍ଟ ଦିବାଲୋକରେ ରାଇସମିଲ ଭିତରକୁ ବ୍ୟାପକ ମାତ୍ରାରେ ପସୁଥିବା ଛତିଶଗଡ଼ ରାଜ୍ୟର ଧାନ ଜିଲ୍ଲାର ଶାନ୍ତି ଶୃଙ୍ଖଳା ଭଙ୍ଗ କରିଛି । ବିଲବାଡ଼ିରୁ ମଣ୍ଡିଯାଏଁ ଚଳପ୍ରଚଳ ହେବାକୁ ଥିବା ଚାଷୀଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟରେ କୃଷି ଅଫିସରେ, ଯୋଗାଣ କାର୍ଯ୍ୟାଳୟରେ ଆନେ୍ଦାଳନ, ଧାରଣା କରୁଥିବାର ଦେଖିବାକୁ ମିଳୁଥିବାରୁ ଚାଷୀ ଅସନ୍ତୋଷ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଯାଇଛି । ଦେଖିବୁ, ପଦକ୍ଷେପ ନେବୁ ବୋଲି ପ୍ରଶାସନ ପ୍ରତିଶୃତି ଦେଉଥିଲେ ମଧ୍ୟ ଅନୁପ୍ରବେଶ ଜାରୀ ରହିଥିବାରୁ ଯୋଗାଣ ବିଭାଗ ନାମକୁ ମାତ୍ର ଗଠନ କରିଥିବା ଏନଫୋର୍ସମେଂଟ ଟିମର କାର୍ଯ୍ୟଧାରା ଖଟିଚର୍ଚ୍ଚାର ପରିସରଭୁକ୍ତ ହୋଇଯାଇଛି । ଏପଟେ ଖବର ଦେଲେ ମଧ୍ୟ ଛତିଶଗଡ଼ ରାଜ୍ୟରୁ ଆସୁଥିବା ଧାନ ଗାଡିକୁ ଧରିବା ପରିବର୍ତ୍ତେ ସୁରୁଖୁରୁରେ ପସୁଥିବାରୁ ଏମାନଙ୍କୁ ଯୋଗାଣ ବିଭାଗ ଓଲଟା ସୁରକ୍ଷା ଯୋଗାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟ ରାଜ୍ୟର ଧାନ ରାଇସମିଲ ମାଲିକମାନେ ରଖିବାର ନିୟମ ନଥିବା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ରାଇସମିଲକୁ ପଡୋଶୀ ଧାନ ପସୁଥିବାରୁ ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ସନେ୍ଦହର ବଳୟ ସୃଷ୍ଟି କରିଛି ବୋଲି ଜିଲ୍ଲାର ଚାଷୀମାନଙ୍କ ଦାବୀ ବର୍ତ୍ତମାନ ବରଗଡ଼ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି । ଓଡ଼ିଶା ରାଜ୍ୟ ସରକାର କେବଳ ଓଡ଼ିଶାର ପଞ୍ଜୀକୃତ କୃଷକଙ୍କଠାରୁ କ୍ୱିଂଟାଲ ପିଛା ୩୧୦୦ ଦରରେ ଧାନ କିଣି ମିଲର୍ସମାନଙ୍କୁ ପ୍ରୋସେସିଂ ପାଇଁ ଯୋଗାଉଛନ୍ତି । କିନ୍ତୁ ରାଇସମିଲ ମାଲିକମାନେ ବାହାର ରାଜ୍ୟରୁ କମ ଦରରେ ଧାନ ଆଣି ଏହାକୁ ଗୋଦାମ ଘରେ ରଖି ପ୍ରୋସେସିଂ କରି ଓଡ଼ିଶା ଚାଉଳ ଯୋଗାଣ ସିଷ୍ଟମରେ ସାମିଲ କରୁଥିବା ଅଭିଯୋଗ ହେଉଛି । ଯଦି ବରଗଡ଼ ଜିଲ୍ଲାର ଗୋଟିଏ ସହବନ୍ଧିତ ରାଇସ ମିଲ୍ ଛତିଶଗଡ଼ରୁ ଧାନ ଆଣି ଓଡ଼ିଶା ରାଜ୍ୟ ସରକାରଙ୍କ ଏମଏସପି ପ୍ରକ୍ୟୁରମେଂଟ ସିଷ୍ଟମରେ ସେହି ଧାନକୁ ଗଛିତ କରେ କିମ୍ବା ପ୍ରସେସିଂ କରେ, ତେବେ ଏହା ଅବୈଧ ଓ ଅପରାଧ ଅଟେ । ଏସେନସିଆଲ କମୋଡ଼ିଟି ଆକ୍ଟ ଅନୁଯାୟୀ ବିନା ଅନୁମତିରେ ଏପରି ବେଆଇନ ଧାନ ଗଛିତ ରଖିବା ଓ ଚଂଚକତା କରିବା ଅପରାଧ ଅଟେ ।
ଓଡ଼ିଶା ଷ୍ଟେଟ ଫୁଡ଼ ସିକ୍ୟୁରିଟି ଓ ପ୍ରକୁ୍ୟରମେଂଟ ପଲିସିକୁ ଖୋଲା ଉଲଂଘନ କରାଯାଉଥିଲେ ମଧ୍ୟ ବରଗଡ଼ ଯୋଗାଣ ବିଭାଗ ଚୁପ ବସିଥିବାର କାରଣ କଣ? ତଦନ୍ତରେ ପ୍ରମାଣ ମିଳିଲେ ଖାଦ୍ୟ ଓ ଯୋଗାଣ ବିଭାଗ ମିଲର୍ସର ଅନୁମତିକୁ ବାତିଲ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଥିଲେବି ଯୋଗାଣ ବିଭାଗ କାହିଁକି ମିଲ ଗୁଡ଼ିକର ଅଡିଟ ଓ ଷ୍ଟକ ଯାଂଚ କରୁନାହିଁ କି ବେଆଇନ ଭାବେ ଆସୁଥିବା ଅନ୍ୟ ରାଜ୍ୟର ଧାନ ଓ ଟ୍ରକ ଜବତ କରୁନାହିଁ ବୋଲି ବରଗଡ଼ ଜିଲ୍ଲାର ନିରୀହ ଚାଷୀମାନଙ୍କ ପ୍ରଶ୍ନ।