ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ବିଲ ମଝିରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କଲେ ଚାଷୀ

Published By : Gurupada Nath | August 15, 2025 7:08 PM

କେନ୍ଦୁଝର,୧୫/୮ : କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଗ୍ରାମରେ ଚାଷୀମାନେ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଳିଛି । ପ୍ରାୟ ଆଜକୁ ୯ ବର୍ଷ ହେଲା ଚାଷ ଜମି ଭିତରେ ପତାକା ଉତ୍ତୋଳନ କରିବା ଏକ ବିରଳ ଚିନ୍ତାଧାରା, ଗ୍ରାମବାସୀ ସ୍ୱାଧୀନତା ଦିବସରେ ଏକ ଖୁସି ବାତାବରଣ ସହ ପୁରୁଷ ମହିଳା ଛୋଟ ଛୁଆ ସମସ୍ତେ ମିଶି ଏହି ସ୍ୱାଧୀନତା ଦିବସ ପାଳନ କରନ୍ତି। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ଯବାନମାନେ ଏହି ଜମି ପାହାଡ଼ ଘେରା ଭିତରେ କେତେ ଯେ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ, କିନ୍ତୁ ଆମ ମା' ମାଟିକୁ ରକ୍ଷା କରିଥିବା ସହିଦ ହୋଇଥିବା ବୀର ଯବାନ, ମହା ପୁରୁଷଙ୍କ ଭିତରେ ମହାତ୍ମା ଗାନ୍ଧୀ, ସୁଭାସ ଚନ୍ଦ୍ର ବୋଷ, ଡ.ଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭଳି ମହାପୁରୁଷମାନେ ଆମ ଜଙ୍ଗଲ ଜମିକୁ ମା' ମାଟିକୁ ସୁରକ୍ଷା ଦେଇଥିବାରୁ ତାଙ୍କର ଅବଦାନ ଲାଗି ସେମାନଙ୍କୁ ମନେ ପକାଇବା ପାଇଁ ଏହା ଏକ ନିଆରା ଢଙ୍ଗରେ ଚାଷ ଜମି ଉପରେ ସ୍ୱାଧୀନତା ଦିବସ ପାଳନ ଏମାନେ ଆଜି କରୁଛନ୍ତି।

ଅତ୍ର ତତ୍ର ସର୍ବତ୍ର ସ୍ୱାଧୀନତା ଦିବସ ପାଳନ ହେଉଛି ତେଣୁ ଟିକେ କଷ୍ଟ କରି ବିଲ ପାଣି ଭିତରେ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହୋଇଛି। ଗ୍ରାମର ଗଜେନ୍ଦ୍ର ଦାସ ଆହ୍ୱାନ କ୍ରମେ ଏହି ଉତ୍ସବ ପାଳନ କରବା ସହିତ ଗ୍ରାମର ଲୋକଙ୍କ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ଏଥିରେ ଗ୍ରାମର ପ୍ରଫୁଲ ଜେନା, ପୂର୍ଣ୍ଣ ଚନ୍ଦ୍ର ଦାସ, ସୁରେଶ ଜେନା, ଲଳିତ ଜେନା, କ୍ଷେତ୍ରବାସୀ ଦାସ, ଉଦୟନାଥ ଜେନା, ଦୁର୍ଗା ସେଠୀ ସହିତ ଶତାଧିକ ମହିଳା ଯୋଗ ଦେଇଥିଲେ। ଏହାକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ ପାଇଁ ଗ୍ରାମବାସୀ   ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.