ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ହେବା ଏକ ନିୟମିତ ପ୍ରକ୍ରିୟା । ଗ୍ରହ ସମୟାନୁସାରେ ସିଧା ଓ ଓଲଟା ଚଳନ କରିଥାନ୍ତି । ଉଦୟ ଓ ଅସ୍ତ ମଧ୍ୟ ହୁଅନ୍ତି । ଏହି ଚଳନ ଫଳରେ ସମସ୍ତ ରାଶିରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ଏବେ ଦୀର୍ଘ ୫୦୦ ବର୍ଷ ପରେ ଏଭଳି ଏକ ମହାସଂଯୋଗ ହେବାକୁ ଯାଉଛି, ଯାହା ଭାଗ୍ୟରେ ଶୁଭ ପରିବର୍ତ୍ତନ କରିବ । ଜୁଲାଇ ମାସରେ ଗୁରୁ ଗ୍ରହ ଉଦୟ ହେବେ । ଶନି ଜୁଲାଇ ୧୩ ତାରିଖରେ ମୀନ ରାଶିରେ ଓଲଟା ଚଳନ କରିବେ । ତେବେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ ଏହି ୩ ରାଶିଙ୍କ ଭାଗ୍ୟ ବଦଳିଯିବ ।
ବୃଷ- ଅନେକ ପରୀକ୍ଷାରେ ସଫଳତା ମିଳିବ । ଟଙ୍କା ନିବେଶ ପାଇଁ ଶୁଭ ସମୟ ରହିଛି । ଦରମା ବୃଦ୍ଧି ହେବ । ଆୟର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଚାକିରିରେ ଶୁଭ ଖବର ମିଳିବ । ନୂଆ ଚାକିରି ଇଚ୍ଛା ଥିଲେ, ତାହା ପୂରଣ ହେବ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ଯାତ୍ରାର ଯୋଗ ରହିଛି । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି ।
ଧନୁ- ଏହି ରାଶିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍ ମିଳିବ । ଭୂମି, ଯାନ, ଘର କିଣିବାରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବା ସହ ଏହା ବଢି ଚାଲିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ପୁରୁଣା ନିବେଶରୁ ଲାଭବାନ୍ ହେବେ ।