ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରିଥାନ୍ତି । ଅନ୍ୟ ଗ୍ରହ ସହ ଏକାଠି ହୋଇ ଶକ୍ତିଶାଳୀ ଯୋଗ ସୃଷ୍ଟି କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟ ଚମକିଥାଏ । ଜ୍ୟେତିଷ ଗଣନାନୁସାରେ ଖୁବ୍ ଶୀଘ୍ର ବୁଧ ଓ ଗୁରୁ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ଜୁନ୍ ମାସରେ ବୁଧ ଓ ଗୁରୁ ଏକାଠି ହେବା ଦ୍ୱାରା ଏକ ଶକ୍ତିଶାଳୀ ଯୋଗ ସୃଷ୍ଟି ହେବ । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବା ସହ ଆୟରେ ବୃଦ୍ଧି, ଚାକିରିରେ ପଦନ୍ନୋତି ଆଦି ହେବ ।
ମକର- କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍ ଉନ୍ନତି ହେବ । ନୂଆ ଦାୟିତ୍ୱ ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ ନୂଆ ଯୋଜନା କରିବେ । ଗୋଟିଏ ପରେ ଗୋଟିଏ ସଫଳତା ମିଳିବ ।
ମିଥୁନ- ଆୟରେ ବୃଦ୍ଧି ହେବ । ଧନ ସମ୍ପତ୍ତି ମାମଲାରେ ଲାଭବାନ୍ ହେବେ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ନୂଆ ଚାକିରିର ଯୋଗ ରହିଛି । ସଫଳତା ମିଳିବା ସହ ହଠାତ୍ ଧନ ପ୍ରାପ୍ତି ହେବ ।
କନ୍ୟା- ଶୁଭଫଳ ମିଳିବ । ନୂଆ ଘର, ଗାଡି, ଭୂମି କିଣିବାର ଯୋଗ ରହିଛି । ଦେଶ ବିଦେଶ ଯାତ୍ରା କରିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ପରିଶ୍ରମର ଫଳ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଜୀବନସାଥୀଙ୍କ ଉନ୍ନତି ହେବ ।