ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

କାହିଁକି ହୋଇଥାଏ ସ୍କ୍ରିଜୋଫ୍ରେନିଆ ରୋଗ? ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର...

Published By : Harapriya Sethi | August 23, 2025 2:58 PM

ଯେତେପ୍ରକାର ମାନସିକ ରୋଗ ରହିଛି ସେଥିମଧ୍ୟରୁ ସ୍କ୍ରିଜୋଫ୍ରେନିଆ ହେଉଛି ଏକ ଗମ୍ଭୀର ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷଭାବରେ ପ୍ରଭାବିତ କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ନିଜର ଦୈନଦିନ କାର୍ଯ୍ୟକୁ ଠିକ୍‌ ଭାବରେ କରିପାରେ ନାହିଁ। ନିଦ କମିଯାଏ। ରୋଗୀ ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖାଯାଇଥାଏ। କାରଣ ନ ଥାଇ କଥା ଶୁଭୁଛି, ଶୂନ୍ୟବାଣୀ ହେଉଛି ବୋଲି ମଧ୍ୟ କହିଥାଏ। ନ ଥିବା ବସ୍ତୁ, ବ୍ୟକ୍ତିଙ୍କୁ ଦେଖିପାରୁଛି ବୋଲି କହିଥାଏ। ରୋଗୀ ବେଳେବେଳେ ଏସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରେ। ଏହି ପ୍ରତିକ୍ରିୟାରେ ରୋଗୀ ନିଜେ ମନେମନେ କଥାହୁଏ, ଶୂନ୍ୟରେ ଜବାବ ଦିଏ, ମନକୁ ମନ ହସେ ଓ କାନ୍ଦେ। ଭ୍ରାନ୍ତବିଶ୍ୱାସ ଏକ ଅସତ୍ୟ ବା ଭୁଲ ଧାରଣା, ଯାହାକୁ ରୋଗୀମାନେ ନିଜ ମନରେ ଗଣ୍ଠି ବାନ୍ଧି ଧରି ବସନ୍ତି ଏବଂ ଏହା ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇ ନ ଥାଏ। 

ମସ୍ତିଷ୍କରେ ମୁଖ୍ୟତଃ ‘ଡୋପାମିନ’ ନାମକ ଏକ ରାସାୟନିକ ତତ୍ତ୍ୱର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ। ଏହା ଜିନ୍‌ଗତ କାରଣ କିମ୍ବା ପାରିପାର୍ଶ୍ୱିକ ମାନସିକ ଚାପ କାରଣରୁ ହୋଇପାରେ। ଏହି ରୋଗ ଅନେକାଂଶରେ ବଂଶାନୁଗତ ହୋଇଥାଏ। ଏକ ସର୍ଭେରୁ ଜଣାପଡ଼ିଛି ଯଦି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ କାହାକୁ ସ୍କ୍ରିଜୋଫ୍ରେନିଆ ହୋଇଥାଏ, ତେବେ ତାଙ୍କ ପିଲାଙ୍କୁ ଏହି ରୋଗ ହେବାର ପ୍ରାୟତଃ ୪୦ରୁ ୫୦ ପ୍ରତିଶତ ଆଶଙ୍କା ଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.