ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଲୋକସଭା ନିର୍ବାଚନକୁ ନେଇ କ’ଣ କହିଲା ବିଦେଶୀ ମିଡିଆ ? ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସଠାରୁ ଡନ୍ ପର୍ଯ୍ୟନ୍ତ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୬: ଲୋକସଭା ନିର୍ବାଚନକୁ ନେଇ ଭୋଟ ଗଣତି ଜାରି ରହିଛି। ବିଜେପି ନେତୃତ୍ବାଧୀନ ଏନଡିଏକୁ ଆଶାଠାରୁ କମ୍ ଆସନ ମିଳିଛି। ଏଭଳି  ସ୍ଥିତିରେ ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ରାଷ୍ଟ୍ର ଭାରତର ଲୋକସଭା ନିର୍ବାଚନ ଫଳାଫଳ ପ୍ରତି କେବଳ ଦେଶ ନୁହେଁ ଦୁନିଆର ବହୁ ବିଦେଶୀ ଗଣମାଧ୍ୟମର ନଜର ରହିଛି। ନିର୍ବାଚନ ଫଳାଫଳକୁ ନେଇ ଆମେରିକାର ନ୍ୟୁୟର୍କ ଟାଇମ୍ସଠାରୁ ନେଇ ବ୍ରିଟେନ୍‌ର ବିବିସି ପର୍ଯ୍ୟନ୍ତ ସମସ୍ତେ କଭର କରୁଛନ୍ତି। ପ୍ରାରମ୍ଭିକ ଫଳାଫଳକୁ ବିଦେଶୀ ଗଣମାଧ୍ୟମ ନିଜ ଦୃଷ୍ଟିକୋଣରୁ ଦେଖୁଛି। 

ନ୍ୟୁୟର୍କ ଟାଇମ୍ସ ଫଳାଫଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବର୍ଷର କାର୍ଯ୍ୟକାଳର ରେଫରେଣ୍ଡମ୍‌ ବୋଲି କହିଛି। ବହୁ ଦୂର ପର୍ଯ୍ୟନ୍ତ ମୋଦିଙ୍କୁ ତୃତୀୟ କାର୍ଯ୍ୟକାଳ ମିଳିବାର ସମ୍ଭାବନା ପ୍ରକାଶ କରିଛି। 

ସିଏନଏନ୍ ଲେଖିଛି, ଦୁନିଆର ସବୁଠାରୁ ବଡ ନିର୍ବାଚନରେ ଭୋଟ ଗଣତି ଚାଲିଛି। ମୋଦିଙ୍କ ବିଜେପି ଲିଡ୍‌ କରୁଛି। ତେବେ ବିରୋଧି ପାର୍ଟି କଂଗ୍ରେସ ବି ଟକ୍କର ଦେଉଛି। ଭାରତର ସବୁଠାରୁ ପପୁଲାର କିନ୍ତୁ ବିବାଦୀୟ ନେତାଙ୍କ ତୃତୀୟ ପାଳିକୁ ଅପେକ୍ଷା। ମୋଦି ଦୁନିଆର ସବୁ ସବୁଠାରୁ ବଡ ଜନବହୁଳ ଦେଶରେ ଲଗାତାର ତୃତୀୟ ଥର ନିର୍ବାଚନ ଜିତିବେ ପାଇଁ ଇସ୍ଲାମ ବିରୋଧି ଭାଷା ବ୍ୟବହାର କରିଛନ୍ତି।’

ପାକିସ୍ତାନୀ ଖବର କାଗଗ ଡନ୍ ଲେଖିଛି, ଆଜିର ନିର୍ବାଚନ ଫଳାଫଳ ଏହା ଧାର୍ଯ୍ୟ କରିବ ଯେ, ଭାରତର ଲୋକତନ୍ତ୍ରରେ କେତେ ବିଶ୍ବାସ ରହିଛି।  ନିର୍ବାଚନ ପ୍ରଚାର ବେଳେ ମୋଦି ମୁସଲମାନଙ୍କୁ ଅନୁପ୍ରବେଶକାରୀ ଓ ୮୦% ହିନ୍ଦୁଙ୍କୁ ଡେମୋଗ୍ରାଫିକ୍ ଡର ଦେଖଇଛନ୍ତି। 

ଅଲଜରିରା ଲେଖିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜେପିକୁ ଏନଡିଏ ମେଣ୍ଟ କଡା ଟକ୍କର ଦେଉଛି। କଂଗ୍ରେସ ଆଶାଠାରୁ ଭଲ ପ୍ରଦର୍ଶନ କରୁଛି। ଫଳାଫଳରେ କଡା ବାର୍ତ୍ତା ମଧ୍ୟ ରହିଛି। ମୋଦି ସରକାରରେ ଆସିଲେ ନିଜର ଯେତେ ପ୍ରଶଂସା ପଛେ କରନ୍ତୁ କିନ୍ତୁ ବେରୋଜଗାରୀ ଓ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଲୁଚାଇ ପାରିବେନି। 

ଫ୍ରାନ୍ସ ୨୪ ଲେଖିଛି, ଭାରତର ନିର୍ବାଚନରେ ଶାସକକୁ ବିରୋଧି ଦେଇଛି କଡା ଟକ୍କା। ୧୦ ବର୍ଷର କ୍ଷମତାରେ ମୋଦି ଭାରତର ରାଜନୀତିର ପରିଦୃଶ୍ୟକୁ ବଦଳାଇ ଦେଇଥିଲେ। ତାଙ୍କର ଲୋକପ୍ରିୟତା ତାଙ୍କ ଦଳକୁ ପଛରେ ପକାଇ ଦେଇଛି। ମୋଦି ସଂସଦୀୟ ନିର୍ବାଚନକୁ ରାଷ୍ଟ୍ରପତି ନିର୍ବାଚନ ଭଳି କରିଦେଇଛନ୍ତି। ଫଳାଫଳ ଏହା ଯେ, ବିଜେପି ନିର୍ବାଚନ ଜିତିବା ପାଇଁ ମୋଦି ବ୍ରାଣ୍ଡ ଉପରେ ନିର୍ଭର କରେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.