ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ

ଭୁବନେଶ୍ୱର,୧୭/୦୬: ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଘୋଷଣା କରିଥିଲା ପାଣିପାଗ ବିଭାଗ । ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଥିଲା । କିନ୍ତୁ ସେବେଠାରୁ ମୌସୁମୀ ନା ଆଗକୁ ବଢୁଛି, ନା ଏହା ପ୍ରଭାବରେ ବର୍ଷା ହେଉଛି । ଯେଉଁଠି ଥିଲା ସେଇଠି ଅଟକିଛି । ୨୪ତାରିଖ ସୁଦ୍ଧା ମୌସୁମୀ ପୂରା ଓଡ଼ିଶାକୁ ଛୁଇଁବ ।  ଏହା ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ  ବିଶେଷଜ୍ଞମାନେ ଆକଳନ କରିଛନ୍ତି । 

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ହୋଇଛି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଛି । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ଡିଗ୍ରୀ ଛୁଇଁଛି । ବୌଦ୍ଧରେ ୪୨, ପାରଳାଖେମୁଣ୍ଡି  ଓ ନୟାଗଡ଼ରେ ତାତି ୪୦.୭ ଡିଗ୍ରୀ ରେକର୍ଡ ହୋଇଛି । ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ  ତଳେ ଥିଲେ ବି ଗୁଳୁଗୁଳି ଅନୁଭୂତ ହୋଇଛି । 

ତେବେ ଆସନ୍ତା ସପ୍ତାହ ଯାଏ ପୂରା ଓଡ଼ିଶାକୁ ମୌସୁମୀ ଅଗ୍ରସର ହେବାର କ୍ୱଚିତ୍‌ ସମ୍ଭାବନା ଅଛି । ପୂରା ରାଜ୍ୟରେ ମୌସୁମୀ ଛୁଇଁବା ବେଳକୁ ୨୪ ତାରିଖ ହୋଇଯିବ । ଏହାପୂର୍ବରୁ ଭଲ ବର୍ଷା  ହେବ । ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖ ସୁଦ୍ଧା ଭୁବନେଶ୍ୱର ସହିତ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିଯିବ ।

 ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,  ୧୭ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା  ହୋଇପାରେ । କିନ୍ତୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି  ଜାରି ରହିବ । ୧୮ରେ ଉପକୂଳ ଓଡ଼ିଶା ସମେତ   ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି  ସହିତ ବର୍ଷା ହେବ । ଉପକୂଳରେ ଗୁଳୁଗୁଳି ଜାରି  ରହିବ । ୨୯ରେ ସୁନ୍ଦରଗଡ,ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଭାରୀ  ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ  ଓଡ଼ିଶାରେ ୩୦ରୁ ୪୦କିମି ବେଗରେ ପବନ  ସହିତ ବର୍ଷା ହୋଇପାରେ ବୋଲି ଆକଳନ  କରାଯାଇଛି । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ହେବ  ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବରୁ  ଆକଳନ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.